
ନୂଆଦିଲ୍ଲୀ : ଦିଲ୍ଲୀ ସମେତ ସାରା ଦେଶରେ କରୋନା ସଂକ୍ରମଣ ମାମଲା ବଢିଚାଲିଥିବାରୁ ସୁପ୍ରିମକୋର୍ଟ ୪ ଦିନ ପୂର୍ବରୁ ଗ୍ରୀଷ୍ମ ଅବକାଶ ଘୋଷଣା କରିଛନ୍ତି । ପୂର୍ବରୁ ମେ ୧୪ରେ ସୁପ୍ରିମକୋର୍ଟଙ୍କ ଗ୍ରୀଷ୍ମ ଅବକାଶ ଆରମ୍ଭ ହେଉଥିବାବେଳେ ଏବେ ତାହା ମେ ୧୦ରୁ ଆରମ୍ଭ ହେବ ଓ ତାହା ଜୁନ ୨୮ ପର୍ୟ଼୍ୟନ୍ତ ଚାଲିବ ।
ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ସର୍କୁଲାରରେ କୁହାଯ଼ାଇଛି ଯ଼େ ଦ୍ରୁତ କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଓ ବାର ଆସୋସିଏସନର ପ୍ରସ୍ତାବକୁ ବିଚାର କରି ଆସନ୍ତା ମେ ୧୦ ତାରିଖ ସୋମବାରଠାରୁ ଗ୍ରୀଷ୍ମ ଅବକାଶ ଆରମ୍ଭ କରିବାକୁ ପ୍ରଧାନ ବିଚାର ପତି ଏନଭି ରମନ୍ନା ମଂଜୁରୀ ଦେଇଛନ୍ତି ।
ଗତ ସପ୍ତାହରେ ପ୍ରଧାନ ବିଚାରପତି ଏନଭି ରମନ୍ନା ଏବଂ ବାର କାଉନସିଲ ଅଫ ଇଣ୍ଡିଆ, ସୁପ୍ରିମ କୋର୍ଟ ବାର ଆସୋସିଏସନର ପ୍ରତିନିଧି ଓ ବରିଷ୍ଠ ଆଡଭୋକେଟମାନଙ୍କ ମଧ୍ୟରେ ଅନୁଷ୍ଠିତ ଏକ ବୈଠକରେ ଗ୍ରୀଷ୍ମ ଅବକାଶକୁ ଆଗୁଆ କରିବା ପ୍ରସ୍ତାବ ଉପରେ ଆଲୋଚନା ହୋଇଥିଲା ।