ୱାଶିଂଟନ୍: ଆମାଜନ କମ୍ପାନୀର ପ୍ରତିଷ୍ଠାତା ଜେଫ୍ ବେଜୋସ୍ କରିବେ ମହାକାଶ ଯାତ୍ରା l ଜୁଲାଇରେ Blue Origin flight ବିମାନରେ ସେ ଏହି ଯାତ୍ରା କରିବେ l ଉଲେଖନୀୟ ଯେ ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସ୍ ତାଙ୍କ କମ୍ପାନୀ ବ୍ଲୁ ଅରିଜିନ୍ ମାଧ୍ୟମରେ ଲୋକଙ୍କୁ ସ୍ପେସ୍ ଟୁରିଜିମ୍ ଯୋଗାଇବାକୁ ଘୋଷଣା କରିଥିଲେ। ତାଙ୍କର ବ୍ଲୁ ଅରିଜିନ୍ ବିମାନ ମହାକାଶକୁ ନ୍ୟୁ ଶେପେଡ୍ ସ୍ପେସ୍ ଟୁରିଜିମ୍ ରକେଟ୍ ୧୪ ଥର ସଫଳତାର ସହିତ ପରୀକ୍ଷଣ କରିସାରିଛି l କମ୍ପାନୀ ଏହି ମହାକାଶଯାନକୁ ଅବତରଣ ଏବଂ ଉତକ୍ଷେପଣ କରିବାରେ ସଫଳ ହୋଇଛି।
ଜେଫ୍ ବେଜୋସ୍ ଏହି ମହାକାଶଯାନର ନାମ NS-14 ରଖିଛନ୍ତି l କମ୍ପାନୀ ଲଞ୍ଚ ପରୀକ୍ଷଣ ସମୟରେ ନୂତନ ବୁଷ୍ଟର୍ ଏବଂ ଅପଗ୍ରେଡ୍ କ୍ୟାପସୁଲ୍ ପରୀକ୍ଷା କରିଥିଲା l ଏହି ଅପଗ୍ରେଡ୍ ଭର୍ସନରେ ଯାତ୍ରୀଙ୍କ ସୁବିଧା ମଧ୍ୟ ପରୀକ୍ଷା କରିଛି l ଏଥିରେ ମହାକାଶ ଯାତ୍ରୀଙ୍କୁ ମିଶନ କଣ୍ଟ୍ରୋଲ ସହିତ କଥା ହେବା ପାଇଁ ଏକ ପୁସ୍-ଟୁ-ଟକ୍ ସିଷ୍ଟମ୍, ପ୍ରତ୍ୟେକ ସିଟରେ ଏକ ନୂତନ କ୍ରୁ ଆଲର୍ଟ ସିଷ୍ଟମ୍, କ୍ୟାପସୁଲରେ ଶବ୍ଦ ହ୍ରାସ କରିବା ପାଇଁ କୁଶନ ଲାଇନିଂ ଏବଂ ବାୟୁର ସ୍ଥିତି ଏବଂ ଆର୍ଦ୍ରତା ନିୟନ୍ତ୍ରଣ କରୁଥିବା ପ୍ରଣାଳୀ ରହିଛି l ନ୍ୟୁ ଶେପାର୍ଡ ହେଉଛି ସମ୍ପୂର୍ଣ ଭାବରେ ଅଟୋନୋମୋସ ସିଷ୍ଟମ l