![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ ୧୦/୦୬/୨୦୨୧ କଳିଙ୍ଗ ଜ୍ଯୋତି ବ୍ଯୁରୋ : ଭାରତୀୟ କଂପାନି ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ ଟିକା କରୋନା ଭାଇରସର ବିଟା ଏବଂ ଡେଲଟା ଷ୍ଟ୍ରେନ୍କୁ ଭଲ ଭାବେ ପ୍ରତିହତ କରିପାରୁଛି । ଏନଆଇଭି, ଆଇସିଏମଆର ଏବଂ ଭାରତ ବାୟୋଟେକ୍ର ଗବେଷକମାନଙ୍କ ଦ୍ୱାରା ମିଳିତ ଭାବେ କରାଯାଇଥିବା ଏକ ଅଧ୍ୟୟନରୁ ଏହା ଜଣାପଡିଛି ।
କୋଭାକ୍ସିନ୍ କେତେ ମାତ୍ରାରେ କରୋନାର ଷ୍ଟ୍ରେନକୁ ରୋକିପାରୁଛି, ତାହା ଜାଣିବା ପାଇଁ ଏହି ଅଧ୍ୟୟନ କରାଯାଇଥିଲା । ୧୭ ଜଣ ଲୋକ କୋଭାକ୍ସିନ୍ ଟିକାର ଦୁଇଟି ଯାକ ଡୋଜ୍ ନେବାର ୨୮ ଦିନ ପରେ ଗବେଷକମାନେ ସେମାନଙ୍କ ଦେହରେ ନିଉଟ୍ରାଲାଇଜିଙ୍ଗ ଆଣ୍ଟିବଡିର ପରିମାଣ ସମ୍ପର୍କିତ ତଥ୍ୟ ସଂଗ୍ରହ କରିଥିଲେ । ସେହିପରି କରୋନା ଦ୍ୱାରା ଆକ୍ରାନ୍ତ ହୋଇ ସୁସ୍ଥ ହୋଇଥିବା ୨୦ ଜଣ ବ୍ୟକ୍ତିଙ୍କୁ ବି ଏହି ଅଧ୍ୟୟନରେ ସାମିଲ କରାଯାଇଥିଲା ।
ଏଥିରୁ ଜଣାପଡିଛି କି ଏହି ଟିକା ନେବା ପରେ ଦେହରେ ନିଉଟ୍ରାଲାଇଜିଙ୍ଗ ଆଣ୍ଟିବଡିର ପରିମାଣ କମିଯାଉଛି । କିନ୍ତୁ ଏହାପରେ ବି ଉକ୍ତ ଟିକା କରୋନାର ଉପରୋକ୍ତ ଦୁଇଟି ଯାକ ଷ୍ଟ୍ରେନରୁ ଲୋକଙ୍କୁ ରକ୍ଷା କରିବା ପାଇଁ କବଚ ଭାବେ କାମ କରୁଛି । ଆଉ ଏକ ଘଟଣାକ୍ରମରେ ଭାରତ ବାୟୋଟେକ୍ କମ୍ପାନି ଘୋଷଣା କରିଛି ଯେ, ସିଏ କୋଭାକ୍ସିନ୍ ଟିକାର ଚତୁର୍ଥ ପର୍ଯ୍ୟାୟ ପରୀକ୍ଷଣ କରିବ ।
କମ୍ପାନି ଏହା ମଧ୍ୟ କହିଛି ଯେ, ସିଏ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ ହେବା ପରେ ପୂର୍ଣ୍ଣ ଲାଇସେନ୍ସ ପାଇଁ ଆବେଦନ କରିବ ।