ଭୁବନେଶ୍ୱର ୧୪/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଗତ ଦୁଇ ତିନି ଦିନ ହେବ ଓଡ଼ିଶାରେ ସଂକ୍ରମଣ ହାର କମ ରହିଛି। ସରକାର ଅନଲକ ପ୍ରକ୍ରିୟାକୁ ଗଲେ, ଲୋକମାନେ କଟକଣା ମାନିବା ଆବଶ୍ୟକ, ନଚେତ ପୁଣି ସଂକ୍ରମଣ ବଢ଼଼ିବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ନପାରେ ବୋଲି ଭାରତୀୟ ଜୀବ ବିଜ୍ଞାନ ପ୍ରତିଷ୍ଠାନ (ଆଇଏଲଏସ୍ )ନିର୍ଦ୍ଦେଶକ ଡକ୍ଟର ଅଜୟ ପରିଡ଼ା ମତବ୍ୟକ୍ତ କରିଛନ୍ତି।
ସେ କହିଛନ୍ତି ଯେ ଲୋକେ ସହଯୋଗ କଲେ କଟକଣାର ଆବଶ୍ୟକ ନାହିଁ। କୋଭିଡ କଟକଣା, ଟିକା କରଣ ଓ ଭାଇରସର ପରିବର୍ତିତ ସଂକ୍ରମଣ ଉପରେ ତୃତୀୟ ଲହର ନିର୍ଭର କରେ। ଏଥିରେ ସମସ୍ତ ବର୍ଗର ଲୋକମାନେ ସଂକ୍ରମିତ ହେବେ। ବର୍ତମାନ ଭାରତରେ ୨୮ ଟି ଲ୍ୟାବରେ ଜିନ୍ ସିକ୍ୟୁଏନ୍ସି କରାଯାଉଥିବା ସେ ପ୍ରକାଶ କରିଛନ୍ତି।