![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଲଣ୍ଡନ ୨୦/୦୬/୨୦୨୧ କଳିଙ୍ଗ ଜ୍ଯୋତି : ବ୍ରିଟେନରେ ସଂପ୍ରତି କୋଭିଡ-୧୯ର ତୃତୀୟ ଲହର ବ୍ୟାପିବାରେ ଲାଗିଛି। ମାରାତ୍ମକ ସଂକ୍ରମଣ କ୍ଷମତା ରଖୁଥିବା ଡେଲଟା ଭାରିଆଣ୍ଟ ପାଇଁ ଦେଶରେ କୋଭିଡ-୧୯ର ତୃତୀୟ ଲହର ଆରମ୍ଭ ହୋଇଥିବା ଜଣେ ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି। ବ୍ରିଟେନ ସରକାରଙ୍କୁ ଟିକାକରଣ କ୍ଷେତ୍ରରେ ପରାମର୍ଶ ଦେଉଥିବା ପ୍ରଫେସର ଆଡାମ ଫିନ୍ ଶନିବାର କହିଛନ୍ତି, ଦେଶର କୋଭିଡର ତୃତୀୟ ଲହର ସଂକ୍ରମଣ ବୃଦ୍ଧିପାଇବାରେ ଲାଗିଛି। ତେବେ ଟିକାକରଣକୁ ବ୍ୟାପକ କରାଯିବା ଦ୍ୱାରା ଏହାର ପ୍ରଭାବକୁ ହ୍ରାସ କରାଯାଇପାରିବ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମନେ କରୁଛନ୍ତି। ତେଣୁ ପ୍ରତିଯୋଗିତା ଏବେ ସଂକ୍ରମଣ ଏବଂ ଟିକାକରଣ ମଧ୍ୟରେ ଚାଲିଛି। ବୟସ୍କ ବ୍ୟକ୍ତିଙ୍କୁ ଯେତେଶୀଘ୍ର ଟିକାର ଦ୍ୱିତୀୟ ପାନ ଦିଆଯାଇପାରିବ, ସେତେଶୀଘ୍ର ଡେଲଟା ଭାରିଆଣ୍ଟ ଦ୍ୱାରା ସୃଷ୍ଟି ହେଉଥିବା ତୃତୀୟ ଲହରକୁ ମୁକାବିଲା କରାଯାଇପାରିବ। ଇତିମଧ୍ୟରେ ବ୍ରିଟେନରେ ଦୈନିକ ସଂକ୍ରମଣ ସଂଖ୍ୟା ଶୁକ୍ରବାର ୧୦୪୭୬କୁ ବୃଦ୍ଧି ପାଇଛି ଏବଂ ପୂର୍ବ ସପ୍ତାହ ତୁଳନାରେ ଏଥିରେ ଲଗାତର ବୃଦ୍ଧି ଘଟିବାରେ ଲାଗିଛି।