![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ / ଓ୍ୱାଶିଂଟନ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୧/୦୭ : ହୁଓ୍ୱାଇ ଏବଂ ଜେଟିଇର ଚୀନ୍ ସାମରିକ ଏବଂ ଗୁପ୍ତଚର ବିଭାଗ ସହ ସମ୍ପର୍କ ରଖିଥିବା ଆମେରିକା ସରକାର କହିଛନ୍ତି। ଭାରତ ପରେ ଏବେ ଆମେରିକା ଚୀନର ହୁଓ୍ୱାଇ ଏବଂ ଜେଟିଇ କମ୍ପାନୀ ଉପରେ ପ୍ରତିବନ୍ଧକ ଲଗାଇଛି। ଆମେରିକାର ୟୁସି ଏଫସିସି କହିଛି, ହୁଓ୍ୱାଇ ଏବଂ ଜେଟିଇ ଦେଶର ସୁରକ୍ଷା ପ୍ରତି ବିପଦ। ଏହି କମ୍ପାନୀ ମାନଙ୍କୁ ଆମେରିକା ଏବେ ତା’ର ୟୁନିଭର୍ସିଆଲ ସର୍ଭିସ ଫଣ୍ଡ ପ୍ରକଳ୍ପକୁ ଆର୍ଥିକ ସହଯୋଗ କରିବା ଉପରେ ରୋକ୍ ଲଗାଇଛି। ଆମେରିକାର ଏଜେନ୍ସି ଫର୍ ଫେଡେରାଲ୍ କମ୍ୟୁନିକେସନ୍ କମିଶନ (ଏଫସିସି) ଦେଶର ସମସ୍ତ ଯୋଗାଯୋଗ କମ୍ପାନୀକୁ ନିୟନ୍ତ୍ରଣ କରିଥାଏ। ଆମେରିକୀୟ ନେଟୱର୍କର ସୁରକ୍ଷା ବିପଦକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି ବୋଲି ଏଫସିସି ପକ୍ଷରୁ କୁହାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/images.jpg?resize=580%2C386)
ଆମେରିକା ଭଳି ବ୍ରିଟେନ ମଧ୍ୟ ଚୀନ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ସଂସ୍କୃତି ସଚିବ ଅଲିଭର ଡାଉଡେନ୍ ସଂସଦକୁ କହିଛନ୍ତି ଯେ ହୁଓ୍ୱାଇ ଟେକ୍ନୋଲୋଜି ବ୍ରିଟେନର 5G ଟେଲିକମ୍ ନେଟୱାର୍କର ଶେୟାର ହୋଲ୍ଡର ନାହିଁ। ପ୍ରତିବଦଳରେ ବ୍ରିଟେନ ଦକ୍ଷିଣ କୋରିଆର ସାମସଙ୍ଗ ଏବଂ ଜାପାନର ଏନଇସି କମ୍ପାନୀକୁ ସ୍ୱାଗତ କରୁଛି ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, ଭାରତ ମଧ୍ୟ ଚୀନ୍ ଆପ୍ସ ଉପରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
![](https://kalingajyoti.com/wp-content/uploads/2020/07/01_07_2020-huawei_zte_20458502_13519430-1.jpg)
ଦେଶ ପ୍ରତି ବିପଦ ଥିବା ଦେଖି ଟିକଟକ ସମେତ ୫୯ଟି ଆପ୍ସକୁ ବ୍ୟାନ କରିଛି। ସେହିପରି ଆମେରିକା କମ୍ପାନୀକୁ ଟେଲିକମ ଉପକରଣ କିଣିବାକୁ ୮.୩ ଆମେରିକୀୟ ଅରବ ଡଲାର ଆସିଥାନ୍ତା। ଏବେ ଟ୍ରମ୍ପ ସରକାର ଏହା ଉପରେ ରୋକ୍ ଲଗାଇଛନ୍ତି। ଗତ ବର୍ଷ ନଭେମ୍ବରରେ ଏ ନେଇ ସରକାର ପ୍ରସ୍ତାବ ଦେଇଥିଲେ। ଏହାକୁ ୫-୦ ଭୋଟ ମିଳିଥିଲା।