ବୈପାରିଗୁଡା ୨୫/୦୬/୨୦୨୧ କଳିଙ୍ଗ ଜ୍ଯୋତି : କୋରାପୁଟ ଜିଲ୍ଲାପାଳ ଅବଦୁଲ ଅହମ୍ମଦ ଅକତର ଅଚାନକ ବୈପାରିଗୁଡା ଗସ୍ତ କରିଥିଲେ ।ବୈପାରିଗୁଡା ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ପହଂଚିବା ପରେ ବ୍ଲକ୍ କର୍ମଚାରୀମାନେ ଜିଲ୍ଲାପାଳ ଅବଦୁଲ ଏମ. ଅକତରଙ୍କୁ ପାଛୋଟି ନେଇଥିଲେ ।ବ୍ଲକ୍ କାର୍ଯ୍ୟାଳୟର ସଭା ଗୃହରେ ଜିଲ୍ଲାପାଳ କର୍ମଚାରୀମାନଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଥିଲେ ।
ଜିଲ୍ଲାପାଳ ଅବଦୁଲ ଏମ. ଅକତର ବ୍ଲକ୍ରେ ଚାଲିଥିବା ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ବିଡ଼ିଓ ଅଭିମନ୍ୟୁ କବି ଶତପଥିଙ୍କ ଠାରୁ ପଚାରି ବୁଝିଥିଲେ ।ଏହା ପରେ ପରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ପ୍ରଧାନ ଶିକ୍ଷୟତ୍ରୀ ମମତା ସୋଏଙ୍କ ସହ ବିଦ୍ୟାଳୟ ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିବା ବେଳେ ନବ ନିର୍ମିତ ସ୍ମାଟ ଶ୍ରେଣୀ ଗୃହ ପରିଦର୍ଶନ କରିଥିଲେ lଶେଷରେ ବିଏସଏଫ କ୍ୟାମ୍ପ ମଧ୍ୟ ପରିଦର୍ଶନ କରିଥିଲେ ଏବଂ ଏଥିସହ ବୈପାରିଗୁଡା ଥାନା ଅଧିକାରୀ ରଘୁନାଥ ମାଝୀଙ୍କୁ ଭେଟି ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରିଥିଲେ ।ବୈପାରିଗୁଡା ବ୍ଲକର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଏପରି ପରିଦର୍ଶନ କରିଥିବା ଜଣାପଡିଛି l