ପୁଣେ ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଆମେରିକାର ଔଷଧ କମ୍ପାନୀ ନୋଭାଭାକ୍ସ ଦ୍ବାରା ବିକଶିତ କରୋନା ଟିକାକୁ ଭାରତରେ ଉତ୍ପାଦନ ଆରମ୍ଭ କରିଛି ସିରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆ (ଏସଆଇଆଇ)। ନୋଭାଭାକ୍ସର ଭାରତ ଉତ୍ପାଦିତ ଟିକାର ନାମ କୋଭାଭାକ୍ସ ରଖାଯାଇଛି। ଏସ୍ଆଇଆଇର ପୁଣେସ୍ଥିତ ପରୀକ୍ଷାଗାରରେ ଏହି ଟିକାର ଉତ୍ପାଦନ ଆରମ୍ଭ ହୋଇଛି। ୨୦୨୦ ସେପ୍ଟେମ୍ବରରେ ନୋଭାଭାକ୍ସ ଓ ସିରମ୍ ଇନଷ୍ଟିଚ୍ୟୁଟ୍ ମଧ୍ୟରେ ହୋଇଥିବା ବୁଝାମଣା ଅନୁଯାୟୀ ଟିକା ତିଆରି ଆରମ୍ଭ କରିଛି। ଉତ୍ପାଦିତ ଟିକାକୁ ଏସଆଇଆଇ ଭାରତରେ ପରୀକ୍ଷା କରିବା ପରେ ଏହାର ବ୍ୟବହାର କରାଯିବ। ସେପ୍ଯେମ୍ବର ସୁଦ୍ଧା ଏହା ବଜାରକୁ ଆସିପାରେ। ଜୁନ୍ ୧୪ରେ ନୋଭାଭାକ୍ସ ପକ୍ଷରୁ ଦିଆଯାଇଥିବା ବିବୃତିରେ କୁହାଯାଇଥିଲା ଯେ ଏହାର ପ୍ରସ୍ତୁତ ଟିକା ‘ଏନଭିଏକ୍ସ-ସିଓଭି୨୩୭୩’ ଶତ ପ୍ରତିଶତ ପ୍ରଭାବଶାଳୀ। ଏହା ଗୁରୁତର ଆକ୍ରାନ୍ତଙ୍କ କ୍ଷେତ୍ରରେ ୯୦.୪ ପ୍ରଭାବୀ ରହିଥାଏ।