ନନ୍ଦପୁର ୨୬/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଲୋକଙ୍କ ପ୍ରତିନିଧି ହେବାର ପ୍ରଥମ ପାହାଚ ୱାର୍ଡ ସଭ୍ୟ ସଭ୍ୟା, ଯେଉଁଠାରୁ ଲୋକଙ୍କ ସୁଖ ଦୁଃଖର ସାଥି ହୋଇ ନିଜ ୱାର୍ଡର ସମସ୍ୟା ଗୁଡ଼ିକ ପଞ୍ଚାୟତ ସ୍ତରରେ ପହଞ୍ଚାଯାଏ। କିନ୍ତୁ ଯଦି ନିଜେ ୱାର୍ଡ ସଭ୍ୟ /ସଭ୍ୟା ସମସ୍ୟା ଘେରରେ ଥାଇ ପ୍ରଶାସନିକ ଅବହେଳାର ଶିକାର ହୁଅନ୍ତି ତାହେଲେ ଲୋକଙ୍କ ସମସ୍ୟାର ଉପସ୍ଥାପନା କେମିତି କରିବେ ।
ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ନନ୍ଦପୁର ବ୍ଲକ୍ ଅନ୍ତର୍ଗତ ପାନ୍ଥଲୁଙ୍ଗ ପଞ୍ଚାୟତର ୱାର୍ଡ ନ ୯ ୱାର୍ଡ ସଭ୍ୟା ଶ୍ରୀମତୀ ସିତାମା ଖଡାଙ୍କ କ୍ଷେତ୍ରରେ । ଖବର ନେବାରେ ଜଣା ପଡ଼ିଛି ପୁରୁଣା ଘର ଭାଙ୍ଗିଯିବା ପରେ ଏକ ପଥର ଟାପୁ ଉପରେ ଭଙ୍ଗା ଭାଙ୍ଗି ଆଜବେଷ୍ଟସକୁ ସାଉଁଟି ମୁଣ୍ଡ ଗୁଞ୍ଜିବାକୁ ଘରଟିଏ କରି ଚାରି ଜଣିଆ ପରିବାର ସହ ରହୁଛନ୍ତି ସୀତାମା । ସବୁ ବେଳେ ସେ ଗ୍ରାମବାସୀଙ୍କ ସାଥୀ ହୋଇ ପ୍ରଶାସନ ଆଗରେ ଦୁଃଖରେ ସୁଖରେ ସହାୟ ହେବାକୁ ଆଗଭର। କିନ୍ତୁ ତାଙ୍କ ଘର ଭାଙ୍ଗିବା ଏବଂ ଏକ ପଥର ଗଦା ଉପରେ ଘର କରି ରହିବା ପରେ ନିଜ ପାଇଁ ଆବାସ ଯୋଜନାରେ ସାମିଲ ହୋଇ ଘର ନିର୍ମାଣ କରିବାକୁ ପଞ୍ଚାୟତ ବ୍ଲକ ପ୍ରଶାସନ ଆଗରେ ଯେତେ ଗୁହାରି କଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା କହିଛନ୍ତି ଶ୍ରୀମତୀ ଶୀତାମା ।ଏଥି ନିମନ୍ତେ ଆମେ ସରପଞ୍ଚ ଶ୍ରୀ ଧିବୁଲୁ ପାଙ୍ଗିଙ୍କ ସହ ଯୋଗାଯୋଗ କରିଥିଲୁ ସେ ଶ୍ରୀମତୀ ଶିତାମାଙ୍କ ଘର ଓ ପରିବାରର ଅବସ୍ଥା ସମ୍ପର୍କେ ଅବଗତ ଥିବା କହିଥିଲେ। ପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ରୂପଧର ବାଙ୍କା ଶ୍ରୀମତୀ ସିତାମାଙ୍କ ପରିବାର ଏ ସି ସି ତାଲିକା ଅନ୍ତର୍ଭୁକ୍ତ। ତାଙ୍କ ପରିବାରର ଅବସ୍ଥାକୁ ଅନୁଧ୍ୟାନ କରି ଆମେ ଆବାସ ଯୋଜନାରେ ସାମିଲ କରିବାକୁ ପାନ୍ଥଲୁଙ୍ଗ ପଞ୍ଚାୟତର ୧୦୦୦ ଏ ସି ସି ତାଲିକା ମଧ୍ୟରୁ ତାଙ୍କ ନାମ ମଧ୍ୟ ସୁପାରିଶ କରିଥିଲୁ। କିନ୍ତୁ ବର୍ଷ ୨୦୨୦-୨୧ ପାଇଁ ଜିଲ୍ଲା ପ୍ରଶାସନ ଆମ ପଞ୍ଚାୟତର ମାତ୍ର ୫୨ ଜଣ ହିତାଧିକାରୀଙ୍କୁ ସାମିଲ କରିଥିବା ଜଣା ପଡିଛି। ଚଳିତ ୨୦୨୧-୨୨ ଆବାସ ଯୋଜନାରେ ନିଶ୍ଚିତ ତାଙ୍କୁ ସାମିଲ କରାଯିବ କହିଛନ୍ତି। ଦେଖିବାକୁ ବାକି ରହିଲା ପ୍ରଶାସନ କେବେ ସିତାମାଙ୍କ ଦୁଃଖ ବୁଝିବ।