ଭୁବନେଶ୍ବର ୨୮/୦୬/୨୦୨୧ କଳିଙ୍ଗ ଜ୍ଯୋତି : ଯୁକ୍ତ ଦୁଇ ପ୍ରଥମ ବର୍ଷରେ ସିଟ ସମସ୍ୟା ହେବନି। ବଡ଼ ବଡ଼ କଲେଜରେ ଛାତ୍ରଛାତ୍ରୀଙ୍କ ଇଚ୍ଛା ଅଛି ପଢିବାକୁ। ଆବଶ୍ୟକ ସ୍ଥଳେ ସିଟ ବୃଦ୍ଧି କରାଯିବ । ୬ ଲକ୍ଷ ୩୧୧୩ ସିଟ ଅଛି ନାମଲେଖା ପାଇଁ । ତାହା ବ୍ୟତୀତ କଲେଜକୁ ଆଧାର କରି ସିଟ ବୃଦ୍ଧି ହେବ। ଏହାସହ ଜୁଲାଇ ୩୧ ସୁଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇଁ ବିଭାଗ ଯୋଜନା କରୁଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଜୁଲାଇ ୩୧ ସୁଧା ପ୍ରକାଶ ପାଇଁ ବ୍ୟବସ୍ଥା ହେଉଛି। ପୂର୍ବରୁ ଅଗଷ୍ଟ ଦ୍ଵିତୀୟ ସପ୍ତାହରେ ଫଳ ପ୍ରକାଶ ପାଇଁ ଘୋଷଣା କରିଥିଲୁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ କହିଛନ୍ତି।