ବାଂଲାଦେଶ ନାରାୟଣଗଞ୍ଜ କାରଖାନା ଅଗ୍ନିକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୨କୁ ବୃଦ୍ଧି

0 394
greentech

ବାଂଲାଦେଶ ୦୯/୦୭/୨୦୨୧ କଳିଙ୍ଗ ଜ୍ଯୋତି : ନାରାୟଣଗଞ୍ଜର ଶେଜାନ ଜୁସ କାରଖାନାରେ ଅଗ୍ନିକାଣ୍ଡରେ ଅତି କମରେ ୫୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଗୁରୁବାର ସନ୍ଧ୍ୟାରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ୫୨ ଜଣ ପ୍ରାଣ ହରାଇଥିବା ଢାକା ଟ୍ରିବ୍ୟୁନ୍ ରିପୋର୍ଟ କରିଛି।

ଅନେକ କର୍ମଚାରୀ ଏହି ଅଗ୍ନିକାଣ୍ଡରୁ ରକ୍ଷା ପାଇବାକୁ ଛ’ ମହଲାରୁ ତଳକୁ ଡେଇଁ ପଡିଥିଲେ। ନିଆଁ ଲିଭାଇବା ପାଇଁ ୧୮ଟି ଅଗ୍ନିଶମ ଗାଡି ନିୟୋଜିତ ହୋଇଥିଲା। ପ୍ରାଥମିକ ସୂଚନା ଅନୁଯାୟୀ, ଏହି ୬ ମହଲା କୋଠାର ତଳ ମହଲାରେ ନିଅଁ ଲାଗିଥିଲା ଏବଂ ସେଠାରେ ରାସାୟନିକ ପଦାର୍ଥ ଏବଂ ପ୍ଲାଷ୍ଟିକ ବୋତଲ ଥିବାରୁ ନିଅଁ ଶୀଘ୍ର ଉପର ମହଲଗୁଡିକୁ ବ୍ୟାପି ଯାଇଥିଲା।

ନାରାୟଣଗଞ୍ଜ ଜିଲ୍ଲା ଅଗ୍ନିଶମ ସେବା ବିଭାଗର ସହକାରୀ ନିର୍ଦ୍ଦେଶକ ଅବଦୁଲ୍ଲା ଅଲ ଆରେଫିନ କହିଛନ୍ତି ଯେ କେତେ କ୍ଷୟକ୍ଷତି ହୋଇଛି ଏବଂ ଅଗ୍ନିକାଣ୍ଡର କାରଣ ସଠିକ୍ ଭାବରେ କହିବା ସମ୍ଭବ ନୁହେଁ। ଏହି ଘଟଣାର ତଦନ୍ତ ପାଇଁ ଜିଲ୍ଲା ପ୍ରଶାସନ ଏକ ପାଞ୍ଚ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।

Leave A Reply

Your email address will not be published.

7 + eight =

error: Content is protected !!
Open chat