ପଦ୍ମପୁର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଭିଜିଲାନ୍ସ ପଞ୍ଝାରେ ପଡିଲେ ଫରେଷ୍ଟ। ବରଗଡ଼ ଜିଲ୍ଲା ଝାରବନ୍ଧ ବନବିଭାଗ ଫରେଷ୍ଟର ସୁଶାନ୍ତ ଦାସଙ୍କ ବାସଭବନରେ ଚଢ଼ାଉ କରିଛି ଭିଜିଲାନ୍ସ ଟିମ୍। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ମିଳିବା ପରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ପଦ୍ମପୁର ମାଷ୍ଟରକଲୋନୀ ସ୍ଥିତ ବାସଭବନ ଓ ଝରବନ୍ଧ ଅଫିସରେ ଏକକାଳୀନ ଚଢ଼ାଉ କରି କାଗଜପତ୍ର ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।
ଚଢ଼ାଉ ସମୟରେ ନଗଦ ୫୪ ହଜାର ଟଙ୍କା ଜବତ ହୋଇଥିବା ଜଣାପଡ଼ିଛି। ଏହା ସହିତ ସୁଶାନ୍ତ ଦାଶଙ୍କର ଗୋଟିଏ ପ୍ଲଟ୍ ରହିଥିବା ବେଳେ ଗୋଟିଏ ଚାରି ଚକିଆ ଗାଡ଼ି ଓ ଦୁଇ ଚକିଆ ଗାଡ଼ି ଥିବା ଜଣାପଡ଼ିଛି । ଚଢାଉ ଜାରି ରହିଛି। ଏହି ଚଢ଼ାଉରେ ୨ ଜଣ ଡିଏସପି, ୩ ଜଣ ଇନ୍ସପେକ୍ଟର ଓ ଅନ୍ୟାନ୍ୟ କର୍ମଚାରୀ ସାମିଲ ଅଛନ୍ତି ।