ନୂଆଦିଲ୍ଲୀ ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଆଫଗାନିସ୍ତାନକୁ ତାଲିବାନ ଅଧିକାର କରିନେବା ପରେ ସେଠାରେ ଭୟଙ୍କର ମାନବୀୟ ସଂକଟ ଦେଖାଦେଇଛି । ହଜାର ହଜାର ଆଫଗାନ ଶରଣାର୍ଥୀ ବିଶ୍ବର ବିଭିନ୍ନ ଦେଶରେ ଶରଣ ପାଇଁ ଉଦ୍ୟମ କରୁଛନ୍ତି । ଆଫଗାନିସ୍ତାନବାସୀଙ୍କ ଏହି ସଂକଟ ସମୟରେ ସହାୟତା ପାଇଁ ଆଗେଇ ଆସିଛି ।
ଆଫଗାନ ଶରଣାର୍ଥୀମାନଙ୍କ ପାଇଁ ସ୍ବତନ୍ତ୍ର ଇ-ଭିସା ବ୍ୟବସ୍ଥା କରିଛନ୍ତି ଭାରତ ସରକାର । ଏହାର ନାମ ରଖାଯାଇଛି ଇ-ଏମର୍ଜେନ୍ସି ଏକ୍ସ-ମିସ ଭିସା’ । ଏହା ମାଧ୍ୟମରେ ଧର୍ମସମ୍ପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ । ପୂର୍ବରୁ ଆଫଗାନମାନଙ୍କ ପାଇଁ ଇ-ଭିସା ବ୍ୟବସ୍ଥା ନଥିଲା । କିନ୍ତୁ ଏବେ ଆଫଗାନିସ୍ତାନରେ ସୃଷ୍ଟି ହୋଇଥିବା ମାନବୀୟ ସଂକଟ ଯୋଗୁଁ ଭାରତ ସରକାର ଏହି ବ୍ୟବସ୍ଥା କରିଛନ୍ତି ।
ଏହି ନୂଆ ଇ-ଭିସା ବ୍ୟବସ୍ଥା ଅନୁସାରେ ଧର୍ମସଂପ୍ରଦାୟ ନିର୍ବିଶେଷରେ ସବୁ ଆଫଗାନବାସୀ ଭିସା ପାଇଁ ଆବେଦନ କରିପାରିବେ । ସେମାନଙ୍କ ଆବେଦନଗୁଡ଼ିକର ବିଚାର ନୂଆଦିଲ୍ଲୀରେ କରାଯିବ । ଆବେଦନକାରୀଙ୍କ ପୃଷ୍ଠଭୂମି ଓ ଆବଶ୍ୟକ ସୁରକ୍ଷା ଯାଞ୍ଚ ପରେ ଭିସା ଆବେଦନକୁ ମଂଜୁର କରାଯିବ । ପ୍ରଥମେ ୬ ମାସ ପାଇଁ ଭିସା ଦିଆଯିବ ।