ଭୁବନେଶ୍ୱର ୧୭/୦୮/୨୦୨୧ କଳିଙ୍ଗ ଜ୍ଯୋତି : ଯୁକ୍ତ ୩ ନାମଲେଖା ପାଇଁ ମଙ୍ଗଳବାର ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ଅଗଷ୍ଟ ୨୦ ତାରିଖ ସକାଳ ୧୧ଟାରୁ ସେପ୍ଟେମ୍ବର ୪ ତାରିଖ ରାତି ୧୧ଟା ୪୫ ମିନିଟ୍ ଯାଏଁ ଛାତ୍ରଛାତ୍ରୀମାନେ ଅନଲାଇନ୍ ଆବେଦନ କରିପାରିବେ। www.dhe.odisha.gov.in ଏବଂ www.samsodisha.gov.inରେ ଅନ୍ଲାଇନ୍ କମନ୍ ଆପ୍ଲିକେସନ୍ ଫର୍ମ ଉପଲବ୍ଧ ହେବ। ସେପ୍ଟେମ୍ବର ୯ ତାରିଖ ସକାଳ ୧୧ଟାରେ ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସେପ୍ଟେମ୍ବର ୯ ତାରିଖ ଦିନ ୨ଟାରୁ ୧୪ ତାରିଖ ରାତି ୧୧ଟା ୪୫ ମଧ୍ୟରେ ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲରେ ଅନଲାଇନ୍ ଫି’ ଦାଖଲ କରିପାରିବେ। ଏହାପରେ ପ୍ରଥମ ପର୍ଯ୍ୟାୟର ନାମଲେଖା ପ୍ରକ୍ରିୟା ସେପ୍ଟେମ୍ବର ୧୬ ତାରିଖରେ ଶେଷ ହେବ। ସେପ୍ଟେମ୍ବର ୨୧ରେ ଦ୍ୱିତୀୟ ମେଧା ତାଲିକା ପ୍ରକାଶ ପାଇବ।