ନୂଆଦିଲ୍ଲୀ ୦୮/୦୯/୨୦୨୧ କଳିଙ୍ଗ ଜ୍ୟୋତି : ଦେଶରେ ପରିବର୍ତ୍ତନ ପାଇଁ ଏକ ସମଷ୍ଟିଗତ ଶିକ୍ଷା ବ୍ୟବସ୍ଥାର ଆବଶ୍ୟକତା ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ମାଇ ଗଭ୍ ଇଣ୍ଡିଆ ଫୋରମରେ ଟ୍ୱିଟ୍ କରି ଶ୍ରୀ ମୋଦୀ କହିଛନ୍ତି, ଗତ ୭ ବର୍ଷ ହେଲା ଶିକ୍ଷା କ୍ଷେତ୍ରରେ ବ୍ୟାପକ ପରିବର୍ତ୍ତନ ଘଟିଛି। ୨୦୧୩ ମସିହା ତୁଳନାରେ ୨୦୨୦ ମସିହାରେ ଶିଶୁମାନଙ୍କ ପାଇଁ ଶିକ୍ଷା ମୌଳିକ ଢାଞ୍ଚାରେ ଅନେକ ଉନ୍ନତି ହୋଇଛି ଏବଂ ଶତକଡ଼ା ୯୦ ଭାଗ ବିଦ୍ୟାଳୟରେ ହାତସଫା ପାଇଁ ସୁବିଧା କରାଯାଇଛି।
୨୦୧୩ ମସିହାରେ ଏହି ସୁବିଧା ଶତକଡ଼ା ୩୬ ଭାଗ ଥିଲା। ବାଳିକାମାନଙ୍କ ପାଇଁ ଶୌଚାଳୟ କ୍ଷେତ୍ରରେ ୨୦୨୦ ମସିହା ସୁଦ୍ଧା ଶତକଡ଼ା ୯୦ ଭାଗ ଲକ୍ଷ୍ୟ ହାସଲ କରାଯାଇଥିବା ବେଳେ ୨୦୧୩ ମସିହାରେ ଏହା ଶତକଡ଼ା ୮୯ ଭାଗ ଥିଲା। ସେ କହିଛନ୍ତି, ଶତକଡ଼ା ୮୨ ଭାଗ ବିଦ୍ୟାଳୟରେ ଏବେ ସ୍ୱାସ୍ଥ୍ୟ ଯାଞ୍ଚ୍ ସୁବିଧା ଉପଲବ୍ଧ ରହିଛି ଏବଂ ୨୦୧୩ ମସିହାରେ ଏହି ସୁବିଧା ଶତକଡ଼ା ୬୧ ଭାଗ ବିଦ୍ୟାଳୟରେ ରହିଥିଲା।