
ପାପଡ଼ାହାଣ୍ଡି ୧୪/୧୨/୨୦୨୧ କଳିଙ୍ଗ ଜ୍ୟୋତି : ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କନିଷ୍ଠ ଯନ୍ତ୍ରୀ ବୀଣାପାଣି ବେହେରାଙ୍କ ବାସଭବନରେ ମଙ୍ଗଳବାର ଅପରାହ୍ନରେ ଭିଜିଲାନ୍ସ ଟିମ୍ ଅତର୍କିତ ଚଢ଼ଉ କରିଛନ୍ତି। ନବରଂଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଅନ୍ତର୍ଗତ ମୁଦୁଲିଗୁଡ଼ା ଗାଁରର ମନ୍ଧାର ଦିସାରିଙ୍କ ଲିଖିତ ରିପୋର୍ଟ ଆଧାରରେ କୋରାପୁଟ ଭିଜିଲାନ୍ସ ଏନେଇ ଏକ ମାମଲା ରୁଜୁ କରିଛି। ଶ୍ରୀ ଦିସାରି ତାଙ୍କ ଅଭିଯୋାଗରେ ଦର୍ଶାଇଛନ୍ତି ଯେ, କାର୍ତ୍ତିଆଗୁଡ଼ାରୁ ମୁଦୁଲିଗୁଡ଼ା ରାସ୍ତା ନିର୍ମାଣ ଏବଂ ଏକ ଗାର୍ଡୱାଲ କାମ ପାଇଁ ଶ୍ରୀମତୀ ବେହେରା ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଜବାବରେ ୧ ଲକ୍ଷ ୨୫ ହଜାରର ଟଙ୍କାର ବିଲ ପାସ୍ କରିବାକୁ କହିଥିଲେ। ଏବାଦରେ ଶ୍ରୀ ଦିସାରି ଭିଜିଲାନ୍ସ ବିଭାଗକୁୁ ସୂଚନା ଦେବା ପରେ ଚଢ଼ଉ ପାଇଁ ଯୋଜନା କରାଯାଇଥିଲା। ଆଜି ଅପରାହ୍ଣ ୪ଟା ୪୫ରେ ଭିଜିଲାନ୍ସ ବିଭାଗ ସରକାରୀ କ୍ବାର୍ଟରରେ ଅତର୍କିତ ଚଢ଼ଉ କରି ୨୦ ହଜାର ଲାଞ୍ଚ ଟଙ୍କା ଜବତ କରିଛି।