ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶର ପୂର୍ବ ସରକାରଗୁଡିକୁ ସମାଲୋଚନା କରି କହିଛନ୍ତି ଯେ ସେମାନେ ସମୟର ମୂଲ୍ୟ ଆକଳନ କରିପାରି ନଥିଲେ ତେଣୁ ଏବେର ସରକାର ସେହି ସମୟର ଆବଶ୍ୟକତାକୁ ଏବେ ପୂରଣ କରିବା ପାଇଁ ଚେଷ୍ଟା କରୁଛନ୍ତି। ଆଜି ପ୍ରଧାନମନ୍ତ୍ରୀ କାନପୁର ମେଟ୍ରୋ ରେଳ ପ୍ରକଳ୍ପ ଏବଂ ବିନା-ପଙ୍କି ବହୁମୁଖୀ ପାଇପଲାଇନ ପ୍ରକଳ୍ପ ଉଦଘାଟନ କରିବା ପରେ କହିଛନ୍ତି ଯେ ପୂର୍ବରୁ ସରକାର ସମୟର ମହତ୍ୱ ବୁଝିପାରି ନଥିଲେ। ସେମାନଙ୍କ ପାଇଁ ଉତ୍ତରପ୍ରଦେଶର ବିକାଶ ପ୍ରାଥମିକତା ନୁହେଁ କି ଉତ୍ତରପ୍ରଦେଶ ଲୋକଙ୍କ ପ୍ରତି ସେମାନଙ୍କର ପ୍ରତିବଦ୍ଧତା ନାହିଁବୋଲି ଶ୍ରୀ ମୋଦୀ କହିଛନ୍ତି।
ପ୍ରଧାନମନ୍ତ୍ରୀ ମଧ୍ୟ ପୂର୍ବ ସରକାରଗୁଡିକ କିଭଳି ଅଣ-ମହାନଗରଗୁଡିକୁ ଅଣଦେଖା କରିଥିଲେ, ସେ ବିଷୟରେ କହିଥିଲେ। ସେ କହିଥିଲେ ଯେ ଏବେ ସେବେର ସରକାର ଓ ଏବେର ସରକାର ମଧ୍ୟରେ ପାର୍ଥକ୍ୟ ସ୍ପଷ୍ଟ ଭାବେ ବାରି ହୋଇପଡୁଛି। ମୋଦୀ କହିଥିଲେ, ଆମ ସରକାର ଅଣ-ମହାନଗରଗୁଡିକର ବିକାଶ ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି ଯେଉଁଥିରେ ବିଦ୍ୟୁତ୍, ଜଳ ଯୋଗାଣ, ଶିକ୍ଷା ଏବଂ ସ୍ୱାସ୍ଥ୍ୟ ଭଳି ବିଷୟକୁ ଅଗ୍ରାଧିକାର ଦିଆଯାଇଛି।