ବୁଷ୍ଟର୍ ଡୋଜ୍ ଭାବେ ‘କୋଭିଡ୍-୧୯ ନାଜାଲ୍ ଭ୍ୟାକ୍ସିନ୍’ ପରୀକ୍ଷା କରିବା ଲାଗି ‘ଡିସିଜିଆଇ’ଙ୍କ ସ୍ବୀକୃତି ପାଇଲା ‘ଭାରତ ବାୟୋଟେକ୍’
ନୂଆଦିଲ୍ଲୀ ୦୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : ବୁଷ୍ଟର୍ ଡୋଜ୍ ଭାବେ ‘କୋଭିଡ୍-୧୯ ଅନ୍ତର୍ନାସିକା ଟିକା’କୁ (ନାଜାଲ୍ ଭ୍ୟାକ୍ସିନ୍) ବୁଷ୍ଟର୍ ଡୋଜ୍ ଭାବେ ପରୀକ୍ଷା କରିବା ଲାଗି ଆଜି ହାଇଦ୍ରାବାଦର ଟିକା ନିର୍ମାତା ‘ଭାରତ ବାୟୋଟେକ୍’ ଦେଶର ‘ଡ୍ରଗ୍ ରେଗୁଲେଟର୍’ଙ୍କ ଠାରୁ ଅନୁମତି ପାଇଛି।
ନୂଆଦିଲ୍ଲୀ: ବୁଷ୍ଟର୍ ଡୋଜ୍ ଭାବେ ‘କୋଭିଡ୍-୧୯ ଅନ୍ତର୍ନାସିକା ଟିକା’କୁ (ନାଜାଲ୍ ଭ୍ୟାକ୍ସିନ୍) ବୁଷ୍ଟର୍ ଡୋଜ୍ ଭାବେ ପରୀକ୍ଷା କରିବା ଲାଗି ଆଜି ହାଇଦ୍ରାବାଦର ଟିକା ନିର୍ମାତା ‘ଭାରତ ବାୟୋଟେକ୍’ ଦେଶର ‘ଡ୍ରଗ୍ ରେଗୁଲେଟର୍’ଙ୍କ ଠାରୁ ଅନୁମତି ପାଇଛି।
ପ୍ରାପ୍ତ ସୂଚନା ଅନୁସାରେ, ଅନ୍ତର୍ନାସିକା କୋଭିଡ୍ ଟିକାର ୩ୟ ପର୍ଯ୍ୟାୟ ‘ସୁପରିୟରିଟି ଷ୍ଟଡି’ ଏବଂ ତୃତୀୟ ପର୍ଯ୍ୟାୟ ‘ବୁଷ୍ଟର୍ ଡୋଜ୍ ଷ୍ଟଡି’ ପାଇଁ ‘ଡିସିଜିଆଇ’ଙ୍କ ‘ସବ୍ଜେକ୍ଟ୍ ଏକ୍ସପର୍ଟ କମିଟି’ (ଏସ୍ଇସି) ‘ଭାରତ ବାୟୋଟେକ୍’କୁ ଅନୁମୋଦନ ମଞ୍ଜୁର କରିବେ ବୋଲି କହିଛନ୍ତି।
ଅନୁମୋଦନ ନିମନ୍ତେ,‘ପ୍ରୋଟୋକଲ୍’ ଦାଖଲ ପାଇଁ ‘ଭାରତ ବାୟୋଟେକ୍’କୁ ନିର୍ଦେଶ ମଧ୍ୟ ଦିଆଯାଇଛି। ‘କୋଭିସିଲ୍ଡ୍’ ଏବଂ ‘କୋଭାକ୍ସିନ୍’ ଟିକା ନେଇ ସାରିଥିବା ବ୍ୟକ୍ତିବିଶେଷଙ୍କ ପାଇଁ ‘ଭାରତ ବାୟୋଟେକ୍’ ପ୍ରସ୍ତାବ ଦେଇଥିଲା।
୫୦୦୦ ବ୍ୟକ୍ତିଙ୍କ ଉପରେ ଭାରତ ବାୟୋଟେକ୍ ତା’ ଅନ୍ତର୍ନାସିକା ଟିକାର ନୈଦାନିକ ପରୀକ୍ଷା କରିବ। ସେଥିରୁ ୫୦% ହେଉଛନ୍ତି ‘କୋଭିସିଲ୍ଡ୍’ ଏବଂ ୫୦% ହେଉଛନ୍ତି ‘କୋଭାକ୍ସିନ୍’ ନେଇଥିବା ବ୍ୟକ୍ତି।