ନୂଆଦିଲ୍ଲୀ ୨୫/୦୧/୨୦୨୨ କଳିଙ୍ଗ ଜ୍ୟୋତି : କୋଭିଡ୍ ଟିକାକୁ ଏକ ଗଣ ଆନ୍ଦୋଳନରେ ପରିଣତ କରିଥିବାରୁ ଦେଶର ଲୋକମାନେ ଶ୍ରେୟର ହକଦାର ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ।
ଗଣତନ୍ତ୍ର ଦିବସର ଅବ୍ୟବହିତ ପୂର୍ବରୁ ଜାତି ଉଦ୍ଦେଶ୍ୟରେ ଭାଷଣ ରଖି ସେ କହିଛନ୍ତି ଯେ କୋଭିଡ ମହାମାରୀ ସମୟରେ ଡାକ୍ତର, ନର୍ସ, ପାରାମେଡିକାଲ କର୍ମଚାରୀମାନେ ଅତ୍ୟନ୍ତ କଠିନ ପରିସ୍ଥିତିରେ ମାନବଜାତିର ସେବା କରିଛନ୍ତି । ଏଥିପାଇଁ ସେମାନେ ଧନ୍ୟବାଦର ହକଦାର । ଅନ୍ୟପକ୍ଷରେ ଦେଶର ଯବାନମାନେ ଅତ୍ୟନ୍ତ କଠିନ ପରିସ୍ଥିତି, ପ୍ରବଳ ଥଣ୍ଡା, ତତଲା ମରୁଭୂମିରେ ସେମାନେ ନିଜର ପରିବାରଠାରୁ ଦୂରରେ ରହି ଦେଶମାତୃକାର ସେବା କରୁଛନ୍ତି । ଆମର ସୈନ୍ୟ ଓ ସୁରକ୍ଷାବଳ ଦେଶର ଟେକ ରଖିପାରିଛନ୍ତି । ସେମାନଙ୍କ ଯୋଗୁଁ ଦେଶବାସୀ ଶାନ୍ତିରେ ଶୋଇପାରୁଛନ୍ତି ।
ନିଜର ଏହି ଅଭିଭାଷଣରେ ରାଷ୍ଟ୍ରପତି ଗତ ଡିସେମ୍ବର ମାସରେ ତାମିଲନାଡୁର କୁନ୍ନୁରରେ ହୋଇଥିବା ହେଲିକପ୍ଟର ଦୁର୍ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଥିଲେ । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାଓ୍ବାତ, ତାଙ୍କ ପତ୍ନୀ ଓ ଅନ୍ୟ ୧୨ ଜଣ ପ୍ରାଣ ହରାଇଥଲେ ।
ଗତ ବର୍ଷ ଅଲିମ୍ପିକ୍ସରେ ଆମ କ୍ରୀଡ଼ାବିତମାନେ ଉତ୍ତମ ପ୍ରଦର୍ଶନ କରି ଏକ ଛାପ ଛାଡ଼ିଥିଲେ । ଏହା ଦେଶର କୋଟି କୋଟି ଲୋକଙ୍କୁ ଅନୁପ୍ରାଣିତ କରୁଛି ।