ଚତୁର୍ଦ୍ଧାମୂର୍ତ୍ତିଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତା : ମହାପ୍ରଭୁଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସୁନାବେଶ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଚତୁର୍ଦ୍ଧାମୂର୍ତ୍ତିଙ୍କ ଅପାର କରୁଣା ଆମ ସମସ୍ତଙ୍କୁ କୋଭିଡ୍-୧୯ ସହ ଲଢ଼ିବାକୁ ପ୍ରେରଣା ଯୋଗାଇବ ଏବଂ ଜୀବନରେ ସୁଖସମୃଦ୍ଧି ଆଣିଦେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/np-595x1024.jpg?resize=595%2C1024)
ଆଜି ସନ୍ଧ୍ୟା ସମୟରେ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବବିହ୍ଵଳ ଟ୍ୱିଟ କରି କହିଛନ୍ତି, ସୁନାବେଶରେ ମହାପ୍ରଭୁଙ୍କ ଶୋଭା ଅତ୍ୟନ୍ତ ମନୋରମ। ଶ୍ରୀଜିଉଙ୍କୁ ଏ ବେଶରେ ଦେଖି ଅଗଣିତ ଭକ୍ତଙ୍କ ହୃଦୟ ଆଜି ଉଲ୍ଲସିତ। ଏପରି ଶୃଙ୍ଖଳିତ ଆୟୋଜନ ତାଙ୍କ ଇଚ୍ଛା ବିନା ସମ୍ଭବ ହୋଇନଥାନ୍ତା। ସେ ଲୀଳାମୟ, ସବୁ ତାଙ୍କରି ଇଚ୍ଛା। ଜୟ ଜଗନ୍ନାଥ
![](https://kalingajyoti.com/wp-content/uploads/2020/07/naveen-1-682x1024.jpg)
କୋଭିଡ୍-୧୯ ନିୟମାବଳୀର କଡ଼ାକଡ଼ି ଅନୁପାଳନ ମଧ୍ୟରେ ଆଜି ଶ୍ରୀକ୍ଷେତ୍ର ପୁରୀଠାରେ ତିନିରଥରେ ଶ୍ରୀଜୀଉମାନଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହୋଇଯାଇଛି । ଏଥି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭକ୍ତମାନେ ଦୂରଦର୍ଶନର ସିଧା ପ୍ରସାରଣ ଜରିଆରେ ମହାପ୍ରଭୁଙ୍କର ଏହି ଦିବ୍ୟ ବେଶକୁ ଦର୍ଶନ କରିଛନ୍ତି। ସୂଚନା ଓ ଲୋକସମ୍ପର୍କ ବିଭାଗ ଦୂରଦର୍ଶନ ସହଯୋଗରେ ଏହି ସିଧା ପ୍ରସାରଣକୁ ଅନ୍ୟ ଚ୍ୟାନେଲ୍ମାନଙ୍କ ସହିତ ସଂଯୁକ୍ତ କରିଛନ୍ତି।