ଯାଜପୁର ୨୦/୦୨/୨୦୨୨ କଳିଙ୍ଗ ଜ୍ୟୋତି : ଯାଜପୁର ଜିଲ୍ଲାରେ ତ୍ରି-ସ୍ତରୀୟ ପଂଚାୟତ ନିର୍ବାଚନର ପ୍ରଥମ ଓ ଦ୍ଵିତୀୟ ପର୍ଯ୍ୟାୟରେ ବୁଥ ଜବରଦଖଲ ଭଳି ଘଟଣା ଘଟିଥିଲା ବେଳେ ଆଜି ତୃତୀୟ ପର୍ଯ୍ୟାୟ ମତଦାନ ସମୟରେ କୋରାଇ ବ୍ଲକ ଗୋଳେଇପୁର ପଞ୍ଚାୟତର ସୋତି ୟୁଜିଏମଇ ସ୍କୁଲରେ ଭୋଟଗ୍ରହଣ ଚାଲିଥିବା ବେଳେ ୮, ୯, ୧୦ ଓ ୧୧ ନମ୍ବର ବୁଥରେ ଭୋଟଗ୍ରହଣ ଚାଲିଥିବା ବେଳେ ଦୁର୍ବୃତ୍ତଙ୍କ ଦ୍ବାରା ଗଣ୍ଡଗୋଳ ସହ ବୁଥ ଜବରଦଖଲ ହୋଇଥିବା ଜଣାପଡିଛି। ଏବେ ସେହି ୪ଟି ବୁଥରେ ମତଦାନ ବନ୍ଦ ରହିଛି। ବୁଥ ସମ୍ମୁଖରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି।
ଘଟଣାର ସମାଧାନ କରିବାକୁ ଯାଇଥିବା କୋରେଇ ବିଡିଓ ରଞ୍ଜନ ପରିଡାଙ୍କ ଉପରେ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ଇତିମଧ୍ୟରେ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀ ଓ ତହସିଲଦାର ପହଂଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। ହିଂସାକାଣ୍ଡ ଘଟଣାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଂଚିଛନ୍ତି।
ସୂଚନା ମୁତାବକ ଆଜି ସକାଳୁ ସୋତି ଗାଁର ୮, ୯, ୧୦ ଓ ୧୧ ନମ୍ବର ବୁଥରେ ମତଦାନ ଚାଲିଥିବା ଗଣ୍ଡଗୋଳ ଘଟିଥିଲା। ଯାହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଦେଇଥିଲା। ତେବେ ଏହି ବୁଥରେ ଭୋଟ ବନ୍ଦ ହେବା ଫଳରେ ଘଟଣାସ୍ଥଳରେ ଯାଜପୁର ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି ପହଂଚି ଗ୍ରାମବାସୀଙ୍କ ସହିତ ଆଲୋଚନା କରୁଛନ୍ତି।