ଭୁବନେଶ୍ୱର ୨୩/୦୬/୨୦୨୨ କଳିଙ୍ଗ ଜ୍ୟୋତି : ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କ ନାମାଙ୍କନ ବେଳେ ସାମିଲ ହେବ ବିଜେଡି। ଏନେଇ ଟ୍ୱିଟ ଯୋଗେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂଚନା ଦେଇଛନ୍ତି। ମନ୍ତ୍ରୀ ଜଗନ୍ନାଥ ସାରକା ଓ ମନ୍ତ୍ରୀ ଟୁକୁନି ସାହୁ ଉପସ୍ଥିତ ରହିବେ। ନାମାଙ୍କନ ପତ୍ରରେ ସ୍ୱାକ୍ଷର କରିବା ସହ କାଲି ଉପସ୍ଥିତ ରହିବେ। ଏନେଇ ବିଜେପି ରାଷ୍ଟ୍ରୀୟ ସଭାପତି ଜେପି ନଡ୍ଡା ମୋ ସହ କଥା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆସନ୍ତାକାଲି ରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିବେ ଦ୍ରୌପଦୀ ମୁର୍ମୁ।
ନିଜ ଟ୍ବିଟରରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତ, ବିଜେପି ସଭାପତି ଜେ ପି ନଡ୍ଡାଜୀ ମୋତେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଜୀଙ୍କର ନାମାଙ୍କନପତ୍ର ଦାଖଲ ବିଷୟରେ କହିଥିଲେ। ମୋର କ୍ୟାବିନେଟ୍ ସହକର୍ମୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଆଜି ନାମାଙ୍କନ ପତ୍ରରେ ଦସ୍ତଖତ କରିବେ। ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ ସମୟରେ ବିଜେଡିର ଦୁଇ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ଉପସ୍ଥିତ ରହିବେ। ଏହି ଦୁଇ ମନ୍ତ୍ରୀ ଶ୍ରୀମତୀ ମୁର୍ମୁଙ୍କ ସହ ଦିଲ୍ଲୀ ଯାତ୍ରା କରିଥିବା ସୂଚନା ରହିଛି।