କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୩/୦୭ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଅଚାନକ ଲଦ୍ଦାଖ ଗସ୍ତ କରିଥିବା ବେଳେ ଆଗୁଆ ସାମରିକ ଘାଟି ନିମୁରେ ମିଳିତ ସେନା ଜବାନଙ୍କୁ ସମ୍ବୋଧିତ କରିଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ ସେନା ଜବାନମାନଙ୍କୁ ଏହା ବିକାଶ ବାଦର ସମୟ ବିସ୍ତାର ବାଦର ନୁହେଁ ବୋଲି କହିଥିଲେ। ବିକାଶ ଲାଗି ସମସ୍ତଙ୍କ ଆଗରେ ବିସ୍ତିର୍ଣ୍ଣ ସୁଯୋଗ ରହିଛି। ହେଲେ ବିସ୍ତାରବାଦକୁ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି।
ଉତେଜନା ଭିତରେ ସୀମାରୁ ବଡ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଅଚାନକ ଲଦାଖ ଗସ୍ତ କରିଥିବା ମୋଦୀ ଯବାନଙ୍କ ମନୋବଳ ବଢାଉନ୍ତି । ଗଲୱାନ ଘାଟି ଆମର ବୋଲି ସୀମାରୁ ବାର୍ତା ଦେଇଚନ୍ତି ମୋଦି । ସୀମା ବିବାଦ ମଧ୍ୟରେ ଯବାନଙ୍କ ମନୋବଳ ବଢାଇଛନ୍ତି ମୋଦୀ । ଗଲୱାନ ଘାଟୀରେ ସହୀଦ ବୀର ଯବାନଙ୍କୁ ଶ୍ରଦ୍ଧାଂଜଳି ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଯବାନଙ୍କ ବଳିଦାନ ଆତ୍ମନିର୍ଭର ଭାରତକୁ ମଜଭୁତ କରୁଛି । ଏବଂ ୧୪କୋର୍ର ଯବାନଙ୍କ ସାହସର ଚର୍ଚ୍ଚା ସାରା ଦେଶରେ ହେଉଛି । ବୀରଙ୍କ ସାହସ ପାଇଁ ଦେଶବସୀ ଗର୍ବିତ ବୋଲି କହିଛନ୍ତି ମୋଦି ।
ପୂର୍ବ ଲଦାଖର ସୀମାରେ ଚୀନ ସହ ବିବାଦ ଲାଗିରହିଥିବା ବେଳେ ଲଦାଖର ରାଜଧାନୀ ଲେହ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମସ୍ତଙ୍କୁ ଚକିତ କରି ଅଚାନକ ଲେହର ନିମୁ ଫରୱାର୍ଡ ପୋଷ୍ଟରେ ପହଁଚିଥିଲେ ପ୍ରଧାନମନ୍ତ୍ରୀ । ଚିଫ ଅଫ ଡିଫେନ୍ସ ଷ୍ଟାଫ ବିପିନ ରାୱତ ମଧ୍ୟ ତାଙ୍କ ସହ ଗସ୍ତ କରିଛନ୍ତି । ସୀମାରେ ଉତେଜନା ଲାଗି ରହିଥିବାବେଳେ ସେଠାକାର ବର୍ତମାନର ସ୍ଥିତି ନେଇ ସ୍ଥଳ ସେନା, ବାୟୁସେନାର ଅଧିକାରୀଙ୍କଠାରୁ ପଚାରି ବୁଝିଛନ୍ତିି ପ୍ରଧାନମନ୍ତ୍ରୀ ।
ସେନାର ବରିଷ୍ଠ ଅଧିକାରୀ ମାନେ ପ୍ରଧାନମନ୍ତ୍ରୀଙ୍କୁ ସୀମାର ବର୍ତମାନ ସ୍ଥିତି ନେଇ ସମ୍ପୂର୍ଣ୍ଣ ତଥ୍ୟ ଦେଇଛନ୍ତି । ମୋଦିଙ୍କ ସହ ସିଡିଏସ ବିପିନ ରାୱତଙ୍କ ବ୍ୟତିତ ସେନା ପ୍ରମୁଖ ଏମଏମ ନରୱଣେ ବି ଉପସ୍ଥିତ ରହିଥିଲେ । ନିମୁ ପୋଷ୍ଟ ସମୁଦ୍ର ପତନଠାରୁ ୧୧ ହଜାର ଫୁଟ ଉଚ୍ଚରେ ଅବସ୍ଥିତ । ଦୁନିଆର ସବୁଠାରୁ ଉଚ୍ଚତମ ସ୍ଥାନରେ ଥିବା ବିପଦଜନକ ପୋଷ୍ଟ ମଧ୍ୟରୁ ଏହା ଅନ୍ୟତମ । ମୋଦି ଆଜି ଗସ୍ତ ସମୟରେ ୧୪ ଫୋର୍ସ ଅଧିକାରୀଙ୍କ ସହ କଥା ହୋଇଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ସୀମାରେ ମୁତୟନ ଥିବା ଯବାନଙ୍କ ମନୋବଳ ବୃଦ୍ଧି କରିବ ବୋଲି କୁହାଯାଉଛି ।
୬୯ ବର୍ଷିୟ ମୋଦି ଲେହର କୁଶୋକ ବାକୁଲା ରିମପୋଛି ବିମାନବନ୍ଦରରେ ଓହ୍ଲାଇଥିଲେ । ଚାଇନାର ପିପୁଲସ ଲିବରେସନ ପାର୍ଟି ବିରୋଧରେ ସୀମାରେ ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ତଦାରଖ କରିବାକୁ ପହଂଚିଥିଲେ ମୋଦି । ସାଥିରେ ଥିଲେ ପ୍ରତିରକ୍ଷା ମୁଖ୍ୟ ବିପିନ ରାୱତ, ସେନା ମୁଖ୍ୟ ମନୋଜ ମୁକୁନ୍ଦ ନରବାଣେ । ବିମାନବନ୍ଦରରୁ ପ୍ରଧାନମନ୍ତ୍ରୀ ସିଧା ଯାଇଥିଲେ ଲେହର ନିମୁଠାରେ ଥିବା ମୁଖ୍ୟାଳୟକୁ । ନର୍ଦନ ଆର୍ମି କମାଣ୍ଡର ଲେଫନାଂଟ ଜେନେରାଲ ୱାଇ କେ ଯୋଶୀଙ୍କ ଉପସ୍ଥିତିରେ କର୍ପସ କମାଣ୍ଡର ଲେଫ୍ଟନାଂଟ ଜେନେରାଲ ହରିନ୍ଦର ସିଂହ ନରେନ୍ଦ୍ର ମୋଦିଙ୍କୁ ସେନାର ସ୍ଥିତି ସମ୍ପର୍କରେ ସୂଚନା ଦେଇଥିଲେ । ଲାଦାଖରେ ମୋଦିଙ୍କ ଏହି ଉପସ୍ଥିତି ଚାଇନା ଏବଂ ସାରା ବିଶ୍ୱକୁ ଏକ ବଡ ବାର୍ତା ଦେଇଛି ।
ଗତ ଶତାବ୍ଦୀରେ ବିସ୍ତାରବାଦ ନୀତି ମାନବତାକୁ ଗୁରୁତର ପ୍ରଭାବିତ କରିଥିଲା। ବିସ୍ତାରବାଦୀ ହିଁ ଆଜି ବିଶ୍ୱ ଶାନ୍ତି ଲାଗି ଆହ୍ୱାନ ପାଲଟିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଏପରି ଶକ୍ତି ଏବେ ଝୁକିବାକୁ ବାଧ୍ୟ ହେଉଛନ୍ତି ଓ ଝୁକୁଛନ୍ତି ମଧ୍ୟ। ଏଣୁ ସାରା ବିଶ୍ୱରେ ଏବେ ବିସ୍ତାରବାଦ ବିରୋଧରେ ଶ୍ୱର ଉତ୍ତୋଳନ ହେଉଥିବା ବେଳେ ବିକାଶବାଦରେ ବିଶ୍ୱାସ ରଖୁଥିବା ରାଷ୍ଟ୍ର ଗଣତନ୍ତ୍ରର ସ୍ୱାଦ ଉପଭୋଗ କରୁଥିବା କହିଛନ୍ତି।
ଦ୍ରୁତ ବଦଳୁଥିବା ସମୟରେ ବିକାଶବାଦ ହିଁ ପ୍ରାସଙ୍ଗିକ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିଲାଗି ଖୋଲା ପ୍ରତିଦ୍ୱନ୍ଦ୍ୱୀତାର ମାର୍ଗ ପ୍ରଶସ୍ତ ମଧ୍ୟ ରହିଛି। ହେଲେ ଜୋର ଜବରଦସ୍ତ ନିଜକୁ ବଜାରରେ ଚଳାଇବାର ଏବେ ସମୟ ନାହିଁ । ଆତଙ୍କବାଦ ଜରିଆରେ ଯେଉଁମାନେ ନିଜର ଏକଛତ୍ର ସ୍ଥାପନା ଚାହୁଁଛନ୍ତି ତାହାବି ଏବେ ସମ୍ଭବ ନୁହେଁ ବୋଲି ପ୍ରଧାନମନ୍ତ୍ରୀ ସଫାସଫା ପଡୋଶୀକୁ ସୁଣାଇ ଦେଇଛନ୍ତି।