ଆମେରିକାର୨୪୪ତମ ସ୍ୱାଧୀନତା ଦିବସ ଅବସରରେ ରାଷ୍ଟ୍ରପତି ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଶୁଭେଚ୍ଛା । ଟ୍ରମ୍ପ ଦେଲେ ଏଭଳି ପ୍ରତିକ୍ରିୟା ।
![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/07/cjyt.jpg?resize=441%2C330)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୦୫/୦୭: ଆମେରିକା ଆଜି ୨୪୪ତମ ସ୍ଵାଧିନତା ଦିବସ ପାଳନ କରୁଛି। ଏହି ଅବସରରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଦେଶର ସମସ୍ତ ନାଗରିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟୁଇଟ କରି ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଶୁଭେଚ୍ଛା ଜଣାଇବା ପରେ ଜବାବରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଜଣାଇ ଆମେରିକା ଭାରତକୁ ଭଲ ପାଏ ବୋଲି ଲେଖିଛନ୍ତି | ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟୁଇଟର ଜବାବରେ ଆମେରିକାର ରାଷ୍ଟ୍ରପତି ଟୁଇଟ୍ କରି କହିଛନ୍ତି, ‘ମୋର ବନ୍ଧୁ ଧନ୍ୟବାଦ, ଆମେରିକା ଭାରତକୁ ଭଲ ପାଏ’।
![](https://kalingajyoti.com/wp-content/uploads/2020/07/vivkt.jpg)
ପ୍ରଧାନମନ୍ତ୍ରୀ ମୋଦୀ ଆମେରିକାର ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଇ ଲେଖିଥିଲେ ଯେ, ‘ମୁଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଆମେରିକାର ଲୋକଙ୍କୁ ୨୪୪ତମ ସ୍ୱାଧୀନତା ଦିବସରେ ଅଭିନନ୍ଦନ ଜଣାଉଛି। ଦୁନିଆର ସର୍ବବୃହତ ଗଣତନ୍ତ୍ର ଭାବରେ ଆମେ ସ୍ୱାଧୀନତା ଏବଂ ମାନବ ଉଦ୍ୟୋଗକୁ ଗୁରୁତ୍ୱ ଦେଉ ଏବଂ ଏହାକୁ ଏହି ମୂଲ୍ୟବୋଧ ସହିତ ପାଳନ କରୁ, ଯାହାର ଜବାବରେ ଟ୍ରମ୍ପ ଏଭଳି ଲେଖିଥିବା ଦେଖାଯାଇଛି |
![](https://i0.wp.com/kalingajyoti.com/wp-content/uploads/2020/07/fndghg.jpg?resize=581%2C212)
ସୂଚନାଯୋଗ୍ୟ ଯେ, ଚଳିତ ବର୍ଷ ଆମେରିକାରେ ସ୍ୱାଧୀନତା ଦିବସ ପାଳନ ଫିକା ହେବ | କାରଣ ସରକାର କରୋନାଭାଇରସ୍ କାରଣରୁ ଅନେକ ପ୍ୟାରେଡ୍ ଏବଂ ଆତସବାଜି କାର୍ଯ୍ୟକ୍ରମକୁ ବାତିଲ କରିଛନ୍ତି ଏବଂ ଏହା ସହିତ ସମୁଦ୍ର କୂଳ ଏବଂ ବାରଗୁଡିକ ବନ୍ଦ କରାଯାଇଛି | କରୋନା ଆକ୍ରାନ୍ତଙ୍କ ସହ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢୁଥିବା ବେଳେ ଆମେରିକା ସରକାର ଏଭଳି ନିଷ୍ପତି ନେଇଛନ୍ତି |