![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୦୬/୦୭ : ରାଜ୍ୟରେ ୪୫୬ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୯୫୨୬ରେ ପହଞ୍ଚିଲା । ଗଞ୍ଜାମ ଜିଲ୍ଲାରେ ଆଜି ସର୍ବାଧିକ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ମୋଟ୍ ୨୪ଟି ଜିଲ୍ଲାରୁ ନୂଆ ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାଖାପାଖି ପହଞ୍ଚଯାଇଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩୦୯ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଜଣାପଡ଼ିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
![](https://i0.wp.com/kalingajyoti.com/wp-content/uploads/2020/07/IPR-1-1024x618.jpg?resize=1024%2C618)
ରାଜ୍ୟରେ ହୁ ହୁ ବଢ଼ୁଛି ସଂକ୍ରମଣ । ଗଞ୍ଜାମରୁ ସର୍ବାଧିକ ୧୬୬, ଅନୁଗୁଳରୁ ୧, ବାଲେଶ୍ୱରରୁ ୧୪, ବରଗଡରୁ ୩୩, ଭଦ୍ରକରୁ ୧୨, ବଲାଙ୍ଗୀରରୁ ୬, କଟକରୁ ୧୩, ଢେଙ୍କାନାଳରୁ ୧, ଗଜପତିରୁ ୧, ଜଗତସିଂହପୁରରୁ ୨୩, ଯାଜପୁରରୁ ୫୭, କଳାହାଣ୍ଡିରୁ ୧, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୫ ଓ କେନ୍ଦୁଝରରୁ ୨ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଣେ ରାଜ୍ୟରେ ମୋଟ୍ ୬୬୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ସକ୍ରିୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୨୫୪ ରହିଛି। ପାଖାପାଖି ୪ ଦିନ ହେଲାଣି ରାଜ୍ୟରେ ପ୍ରତିଦିନ ୪୦୦ ଉପରେ ପଜିଟିଭ୍ ସଂଖ୍ୟା ଆସୁଛି । ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନମାନେ ସଟଡାଉନ ଘୋଷଣା କରିଥିଲେ ସୁଦ୍ଧା ରାଜ୍ୟରେ ସଂକ୍ରମଣ ଉପରେ ରୋକ ଲାଗୁନି ।
![](https://kalingajyoti.com/wp-content/uploads/2020/07/HFW-834x1024.jpg)