ରାଜଗାଙ୍ଗପୁର (କଳିଙ୍ଗ ଜ୍ୟୋତି), ୨୪ା୬ ଆଜି ରାଉରକେଲା ନିକଟସ୍ଥ ବ୍ରାହ୍ମଣୀତରଂଗ ଥାନା ଅନ୍ତର୍ଗତ ନୂଆଗାଁ ଠାରେ ଏକ ଗୋରୁ ବୋଝେଇ ପିକ୍ଅପକୁ ରାଜପଥ ନିକଟରେ ସ୍ଥାନୀୟ ଅଂଚଳବାସୀ ଅଟକ ରଖିଛନ୍ତି । ପ୍ରାପ୍ତ ସୂଚନା ଅନୁଯାୟୀ, ପିକ୍ଅପ ନଂ OD 14C 2616 ଦ୍ବାରା ୧୦ ଗୋଟି ଗୋରୁ ରାଜଗାଙ୍ଗପୁର ଅନ୍ତର୍ଗତ ଖଟକୁରବାହାଲ ଅଂଚଳରୁ ପାଖାପାଖି ୧୦ ଗୋଟି ଗୋରୁ ଅବୈଧ ଭାବରେ ଯାଉଥିବା ସୂଚନା ମିଳିଛି। ସ୍ଥାନୀୟ ଅଂଚଳବାସୀ ଗାଡିଟିକୁ ଅଟକ ରଖିବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି ଏବଂ ସ୍ଥାନୀୟ ଯୁବକମାନେ ଗାଡିଟିକୁ ଭଙ୍ଗାରୁଜା କରିଥିବା ପ୍ରକାଶ । ସବିଶେଷ ତଥ୍ଯ ଅନୁଯାୟୀ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଉଭୟ ଗାଡି ଏବଂ ଗୋରୁକୁ ଜବତ କରି ତଦନ୍ତ ଚଳାଇଛି।