କରୋନା ରୋଗୀଙ୍କ ପାଇଁ ସାମ୍ଭାବ୍ୟ ଔଷଧ “ସୋରିଆସିସ୍‌ ଇଞ୍ଜେକସନ” : ବ୍ୟବହାର ପାଇଁ ସରକାର ଦେଲେ ଅନୁମତି

0 412
greentech

ନୁଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୧/୦୭ : Itolizumab ହେଉଛି ଏକ ଇଞ୍ଜେକସନ ଯାହାକୁ ଚର୍ମ ରୋଗ ସୋରିଆସିସ୍‌ର ଚିକିତ୍ସା ପାଇଁ ବ୍ୟବହାର କରାଯାଏ। ଏବେ ଜରୁରୀ କାଳୀନ ସ୍ଥିତିରେ Itolizumabକୁ କରୋନା ରୋଗୀଙ୍କୁ ମଧ୍ୟ ଦିଆଯାଇପାରିବ। ମହାମାରୀ କରୋନାକୁ ମାତ୍‌ ଦେଇପାରୁଥିବା ଔଷଧ କିମ୍ବା ଟିକା ଏଯାଏ ବାହାରିନି ନାହିଁ। ଏସବୁ ଭିତରେ କରୋନା ଚିକିତ୍ସା ପାଇଁ ଅନେକ ସାମ୍ଭାବ୍ୟ ଔଷଧ ଓ ଟିକା ସାମ୍ନାକୁ ଆସିବାରେ ଲାଗିଛି। ଏହି ସାମ୍ଭାବ୍ୟ ଚିକିତ୍ସା ମଧ୍ୟରେ ଆଜି Itolizumab ଇଞ୍ଜେକସନ ଯୋଡ଼ି ହୋଇଯାଇଛି।

ଏନେଇ ଆଜି ଡ୍ରଗ୍ସ କଣ୍ଟ୍ରୋଲର ଜେନେରାଲ ଅଫ୍‌ ଇଣ୍ଡିଆ ବା ଡିଜିସିଆଇ ଅନୁମତି ପ୍ରଦାନ କରିଛି। ଦିନକୁ ଦିନ କରୋନା ସଂକ୍ରମଣ ବଢ଼ିବା ସହ ଅନେକଙ୍କ ଜୀବନ ଯାଉଛି। ତେଣୁ କରୋନାର ପ୍ରକୃତ ଟିକା ଓ ଔଷଧ ବାହାରିବା ନ ପର୍ଯ୍ୟନ୍ତ ଏକାଧିକ ମେଡିସିନ୍‌ର ବ୍ୟବହାର କରିବାର ସମୟ ଆସିଯାଇଥିବା ଡିଜିସିଆ ପରୋକ୍ଷରେ କହିଛି। ଡିଜିସିଆଇ ଡାକ୍ତର ଭିଜି ସୋମାନି ଆଜି ଆଣ୍ଟିବଡି ଇଞ୍ଜେକସନ Itolizumabକୁ ଅନୁମତି ଦେଇଛନ୍ତି।

ଏହାକୁ ଫାର୍ମା କମ୍ପାନୀ ବିଓକୋନ ପ୍ରଥମେ ତିଆରି କରିଥିଲା। ଦୀର୍ଘ ବର୍ଷ ହେଲାଣି ସୋରିଆସିସ ପୀଡ଼ିତ ଲୋକଙ୍କୁ ଏହା ଦିଆଯାଇଛି। କିନ୍ତୁ ଏବେ ସାଧାରଣ କରୋନା ରୋଗୀଙ୍କଠାରୁ ଆରମ୍ଭ କରି ଗମ୍ଭୀର କରୋନା ରୋଗୀଙ୍କ କ୍ଷେତ୍ରରେ କେବଳ ଜରୁରୀ ପରିସ୍ଥିତିରେ ହିଁ ଏହାକୁ ବ୍ୟବହାର କରାଯାଇପାରିବ।

ଭାରତର ଏକାଧିକ କରୋନା ରୋଗୀଙ୍କ ଉପରେ ଏହାର କ୍ଲିନିକାଲ ଟ୍ରାଏଲ କରାଯାଇଥିଲା। ଟ୍ରାଏଲରେ ଏମ୍ସର ପୁଲମୋନୋଲୋଜିଷ୍ଟ, ଫାର୍ମାଲୋଜିଷ୍ଟ ଓ ମେଡିସିନ୍‌ ଏକ୍ସପର୍ଟମାନେ ରହିଥିଲେ। ସେମାନେ ଟ୍ରାଏଲକୁ ନେଇ ସନ୍ତୋଷ ପ୍ରକାଶ କରିବା ପରେ ଡିଜିସିଆଇ ଏହାକୁ କରୋନା ଚିକିତ୍ସାରେ ବ୍ୟବହାର କରିବାକୁ ଅନୁମତି ଦେଇଛି।

Leave A Reply

Your email address will not be published.

ten + twenty =

error: Content is protected !!
Open chat