କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୧/୦୭ : ଗୁଗଲ ନିଜର ବିଜ୍ଞାପନ ପଲିସିରେ ପରିବର୍ତ୍ତନ କରିଛି । ଏହା ଅନୁଯାୟୀ ଏବେ ଆଗାମୀ ସମୟରେ ଆପଣଙ୍କୁ ପତିଙ୍କ ଗୁଇନ୍ଦାଗିରି କରିବା କିମ୍ବା ପତ୍ନୀଙ୍କ ଫୋନ ଟ୍ରାକ୍ କରିବା ବିଜ୍ଞାପନ ଦେଖିବାକୁ ମିଳିବ ନାହିଁ। ଗୁଗୁଲ ଘୋଷଣା କରି କହିଛି ଯେ, କମ୍ପାନୀ ଏବେ ଏମିତି ପ୍ରଡକ୍ଟ ଏବଂ ସେବାକୁ ସମର୍ଥନ କରିବ ନାହିଁ ଯାହା ଅନ୍ୟ କାହାକୁ ଟ୍ରାକ୍ କିମ୍ବା ସମୀକ୍ଷା କରିବାର ବିକଳ୍ପ ପ୍ରଦାନ କରୁଛି। ଟେକ୍ସ ମ୍ୟାସେଜ୍, କଲ୍ସ ଓ ବ୍ରାଉଜିଂ ହିଷ୍ଟ୍ରି ମନିଟର କରୁଥିବା ଟୁଲ୍ସ ଏସବୁ ଏହି କାଟାଗୋରୀରେ ଆସୁଛି।
ଏହି ସଂଦର୍ଭରେ ଗୁଗଲ କହିଛି ଯେ, ଜିପିଏସ ଟ୍ରାକର ଲୋକଙ୍କ ଗୁଇନ୍ଦାଗିରି କରୁଥିବା ଦାବି କରେ। ଏହି ଉପକରଣରେ ଅଡିଓ ରେକର୍ଡ୍ସ, କ୍ୟାମେରା, ଡ୍ୟାସ୍ କ୍ୟାମ୍ ଓ ସ୍ପାଇ କ୍ୟାମେରା ରହିଛି।
ଏବେ ଗୁଗଲ ଏସବୁ ବିଜ୍ଞାପନର ପ୍ରକାଶନ କରିବ ନାହିଁ। ଗୁଗୁଲ ଏହା ମଧ୍ୟ କହିଛି ଘରୋଇ ଛାନବିନ୍ ଏବଂ ସେଥିରେ ଉପଯୋଗ ହେଉଥିବା ପ୍ରଡକ୍ଟର ବିଜ୍ଞାପନକୁ ନିଷିଧ କରାଯିବ ନାହିଁ , ଯାହାର ବ୍ୟବହାର ଅଭିଭାବକ ନିଜ ପିଲାଙ୍କ ସୁରକ୍ଷା ପାଇଁ କରିଥାନ୍ତି। ଗୁଗଲର ଏହି ଇନେବଲିଂ ଡିସଅନେଷ୍ଟ ପଲିସି ଅଗଷ୍ଟ ୧୧ରେ ଲାଗୁ ହେବାକୁ ଯାଉଛି।