କଳିଙ୍ଗ ଜ୍ୟୋତି ନୂଆଦିଲ୍ଲୀ ୨୫/୦୬-: ଗଲ୍ୱାନ ଘାଟିରେ ଭାରତ-ଚୀନ୍ ସେନା ମଧ୍ୟରେ ସଂଘର୍ଷ ପରଠାରୁ କଂଗ୍ରେସ ସରକାରକୁ ଲଗାତାର ଟାର୍ଗେଟ୍ କରିଆସିଛି। ତେବେ ଭାରତ-ଚୀନ୍ ମଧ୍ୟରେ ସୀମା ବିବାଦ ବଢ଼ିଥିବାବେଳେ ବର୍ତ୍ତମାନ ସ୍ଥିତିରେ କିଏ ଜାତୀୟ ସୁରକ୍ଷା ସ୍ଥିତିକୁ ଭଲଭାବେ ମୁକାବିଲା କରିପାରିବେ ସେନେଇ ଏକ ସର୍ବେକ୍ଷଣ ହୋଇଥିଲା। ସର୍ବେକ୍ଷଣରୁ ଜଣାପଡ଼ିଛି ଯେ, ଦେଶରେ ୭୨ ପ୍ରତିଶତରୁ ଅଧିକ ଲୋକ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅଧିକ ବିଶ୍ବାସ କରନ୍ତି। ଆଇଏଏନ୍ଏସ୍ ସି-ଭୋଟର ସ୍ନାପ୍ ପୋଲ୍ରୁ ଏହା ଜଣାପଡ଼ିଛି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ସୁରକ୍ଷା ସ୍ଥିତିକୁ ଭଲଭାବେ ମୁକାବିଲା କରିପାରିବେ ବୋଲି ୭୨.୬ ପ୍ରତିଶତ ଲୋକଙ୍କର ତାଙ୍କ ଉପରେ ଭରସା ରହିଛି। ତେବେ ୧୬.୨ ପ୍ରତିଶତ ଲୋକଙ୍କର ଏ କ୍ଷେତ୍ରରେ ମୋଦୀଙ୍କ ଉପରେ କମ୍ ବିଶ୍ବାସ ରହିଛି। ଅନ୍ୟପକ୍ଷେ ୧୧.୨ ପ୍ରତିଶତ ଲୋକଙ୍କର ଆଦୌ ବିଶ୍ବାସ ନାହିଁ।
ସର୍ଭେରୁ ଏହା ଜଣାପଡ଼ିଛି ଯେ, ୬୦ ବର୍ଷରୁ ଅଧିକ ବୟସର ଲୋକ, ଯେଉଁମାନଙ୍କର ଉଚ୍ଚ ଆୟ ପନ୍ଥା ରହିଛି ସେମାନଙ୍କର ଜାତୀୟ ସୁରକ୍ଷା ପ୍ରସଙ୍ଗରେ ମୋଦୀଙ୍କ ଉପରେ ଅଧିକ ଭରସା କରୁଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ପୁରୁଷ ମଧ୍ୟ ଅଛନ୍ତି। ୮୨.୬ ପ୍ରତିଶତ ଏନ୍ଡିଏ ଭୋଟର ମୋଦୀଙ୍କ ଉପରେ ଦୃଢ଼ କରୁଥିବା ବେଳେ ଅତି ଆଶ୍ଚର୍ଯ୍ୟଜନକ ଭାବେ ୫୧.୧ ପ୍ରତିଶତ ବିରୋଧୀ ଦଳ ଭୋଟର୍ ମଧ୍ୟ ମୋଦୀଙ୍କ ଉପରେ ଆସ୍ଥା ରଖିଛନ୍ତି। ଅନ୍ୟପକ୍ଷେ ସର୍ଭେରୁ ଏହା ଜଣାପଡ଼ିଛି ଯେ, କେବଳ ୩୯ ପ୍ରତିଶତ ଲୋକ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭରସା କରନ୍ତି ୧୪.୪ ପ୍ରତିଶତ ଲୋକ ରାହୁଲଙ୍କୁ ଅଧିକ ଭରସା କରିଥିବା ବେଳେ ୨୪.୩ ପ୍ରତିଶତ ଲୋକ ରାହୁଲଙ୍କୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ କମ୍ ଆସ୍ଥା ପ୍ରକଟ କରିଛନ୍ତି। ଜାତୀୟ ସୁରକ୍ଷା ପ୍ରସଙ୍ଗରେ ୬୧.୩ ପ୍ରତିଶତ ଲୋକ ରାହୁଲଙ୍କୁ ଆଦୌ ବିଶ୍ବାସ କରୁନଥିବା କହିଛନ୍ତି। ୧୬ ପ୍ରତିଶତ ପୁରୁଷ ଏବଂ ୧୨ ପ୍ରତିଶତ ମହିଳା ରାହୁଲଙ୍କ ଉପରେ ଅଧିକ ବିଶ୍ବାସ କରିଥିବା ବେଳେ ୨୬ ପ୍ରତିଶତ ପୁରୁଷ ଏବଂ ୨୨.୬ ପ୍ରତିଶତ ମହିଳା ତାଙ୍କ ଉପରେ କମ୍ ବିଶ୍ବାସ ରଖିଛନ୍ତି। ମୁସଲମାନ୍ ସମ୍ପ୍ରଦାୟର ପ୍ରାୟ ୪୩.୯ ପ୍ରତିଶତ ଲୋକ ରାହୁଲଙ୍କୁ ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଅଧିକ ବିଶ୍ବାସ କରିଥିବା ବେଳେ ୩୯.୩ ପ୍ରତିଶତ ଲୋକ