ମୁମ୍ବାଇ / ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୨ା୭ : ଆଜି ବଲିଉଡ୍ ଅଭିନେତା ଅନୁପମ ଖେରଙ୍କ ମାଆ ଦୁଲାରୀ ଦେବୀ, ଅନୁପମଙ୍କ ଭାଇ, ଭାଉଜ ଓ ଝିଆରୀ ମଧ୍ୟ କୋରୋନା ପଜିଟିଭ୍ ଥିବା ସୂଚନା ଦେଇଛନ୍ତି ଅନୁପମ । କିନ୍ତୁ, ଅନୁପମଙ୍କ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ୍ ଆସିଥିବା ଟ୍ବିଟ୍ କରି ସୂଚନା ଦେଇଛନ୍ତି ଅନୁପମ ଖେର । ବଲିଉଡ୍ ମହାନାୟକ ଅମିତାଭ ବଚ୍ଚନ ଓ ଓ ତାଙ୍କ ପୁଅ ଅଭିଷେକ ଶନିବାର କରୋନାରେ ପୀଡ଼ିତ ଥିବା ଜଣାପଡିବା ପରେ ଏବେ ବଲିଉଡ୍ କଳାକାରଙ୍କ ଘରେ କରୋନା ପ୍ରବେଶ କରିଥିବା ଆଲୋଚନା ହେଉଛି। ରବିବାର ଅଭିନେତା ଅନୁପମ ଖେରଙ୍କ ମା’, ଭାଇଙ୍କ ସମେତ ୪ ଜଣଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି।