![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ଭୁବନେଶ୍ୱର, ୧୨ା୭(ଓଡ଼ିଶା ଭାସ୍କର): ଖୁବଶୀଘ୍ର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ନବକଳେବର ହେବ । ପିସିସି ସଭାପତି ବଦଳିବା ସମ୍ଭାବନା ନେଇ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି । ପିସିସି ସଭାପତି ଦୌଡ଼ରେ ରହିଛନ୍ତି ୧୩ ବରିଷ୍ଠ ନେତା । ନରସିଂହ ମିଶ୍ର, ପ୍ରଦୀପ ମାଝୀ, ଭକ୍ତ ଚରଣ ଦାସ, ଶରତ ରାଉତ, ଶରତ ପଟ୍ଟନାୟକ ଏମାନେ ସମସ୍ତେ ପିସିସ ସଭାପତି ଦୌଡ଼ରେ ରହିଥିବା ଜଣାପଡ଼ିଛନ୍ତି ।
![](https://i0.wp.com/kalingajyoti.com/wp-content/uploads/2020/07/jhkjhkj.jpg?resize=581%2C325)
ଅନ୍ୟପଟେ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପରିବର୍ତ୍ତନ ପ୍ରସଙ୍ଗରେ ବରିଷ୍ଠ ନେତା ଶରତ ରାଉତ ନେତୃତ୍ୱ ପରିବର୍ତ୍ତନ ସପକ୍ଷରେ ରହିଛନ୍ତି ।
![](https://kalingajyoti.com/wp-content/uploads/2020/07/niranjan-patnaik.jpg)
ବିରୋଧୀ ଦଳ ଭାବେ ମୁକାବିଲା ପାଇଁ ଦକ୍ଷ ନେତା ଦରକାର ବୋଲି ସେ କହିଛନ୍ତି । ସଂଗଠନକୁ ଆଗକୁ ନେବା ଭଳି ଦକ୍ଷ ନେତାଙ୍କୁ ଦାୟିତ୍ୱ ଦିଆଯାଉ । ସବୁ ନିଷ୍ପତ୍ତି ହାଇକମାଣ୍ଡଙ୍କ ଉପରେ ନ୍ୟସ୍ତ ବୋଲି ସେ କହିଛନ୍ତି ।