ଭୁବନେଶ୍ୱର, (କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୩/୦୭ : ସହରାଞ୍ଚଳର ଲକ୍ଷଣ ନଥିବା ବା ସାମାନ୍ୟ ଲକ୍ଷଣ ଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିଛି। ଏଣିକି ଲକ୍ଷଣ ନଥିବା ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ଯେ, ସହରାଞ୍ଚଳରେ ଚିହ୍ନଟ କରୋନା ରୋଗୀ, ଯଦି ଲକ୍ଷଣହୀନ ବା ସାମାନ୍ୟ ଲକ୍ଷଣ ଥିବ, ତାହାହେଲେ ସମ୍ପୃକ୍ତ ରୋଗୀଙ୍କୁ ସର୍ତ୍ତମୂଳକ ଭାବେ ଘରେ ରହି ଚିକିତ୍ସା ହେବାକୁ ଅନୁମତି ମିଳିବ। ନଥିବା ଲକ୍ଷଣ ରୋଗୀଙ୍କୁ ହୋମ୍ ଆଇସୋଲେସନରେ ରହିପାରିବେ। ସମସ୍ତ ୧୧୪ ପୌରାଞ୍ଚଳ, ଜିଲ୍ଲା ମୁଖ୍ୟାଳୟରେ ହୋମ୍ ଆଇସୋଲେସନ ବ୍ୟବସ୍ଥା କରାଯାଇଛି। ସମସ୍ତ ଉପଖଣ୍ଡ ଓ ବ୍ଲକ ମୁଖ୍ୟାଳୟ ରୋଗୀଙ୍କୁ ହୋମ୍ ଆଇସୋଲେସନ ରହିପାରିବେ। ପରିବର୍ତ୍ତିତ ନିୟମ ନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ।
ହୋମ୍ ଆଇସୋଲେସନରେ ରହୁଥିବା ଲୋକ ପାଇଁ ଜଣେ ଘର ଲୋକ ରହିବେ। ଘରର ସଂପୃକ୍ତ ସାବାଳକ ବ୍ୟକ୍ତି ହୋଇଥିବା ଆବଶ୍ୟକ, ଏହାଦ୍ୱାରା ସେ ସରକାର-ରୋଗୀ ମଧ୍ୟରେ ସେତୁ ସାଜିବେ। ସଂପୃକ୍ତ ବ୍ୟକ୍ତି ଘରେ ରହି ଚିକିତ୍ସିତ ହେଉଥିବା ରୋଗୀର ଯାବତୀୟ କଥା ବୁଝିବେ। ହୋମ୍ ଆଇସୋଲେସନ ରୋଗୀ ପାଇଁ ସମସ୍ତ ଚିକିତ୍ସା ସରକାର ଯୋଗାଇ ଦେବେ। ପିପିଇ କିଟ୍ ଠାରୁ ଔଷଧ ପର୍ଯ୍ୟନ୍ତ ସବୁ ରାଜ୍ୟ ସରକାର ଯୋଗାଇ ଦେବେ। ଏମିତିକି ଖାଦ୍ୟ ଭତ୍ତା ମଧ୍ୟ ସରକାର ଯୋଗାଇ ଦେବେ ବୋଲି ସଚିବ ସୂଚନା ଦେଇଛନ୍ତି।
କିଛି ବିଶେଷ ପ୍ରକାରର ଲୋକଙ୍କୁ ହୋମ୍ ଆଇସୋଲେସନ ଅନୁମତି ମିଳିବନି। HIV ରୋଗୀ, ଅଙ୍ଗ ପ୍ରତିରୋପଣ କରିଥିବା ବ୍ୟକ୍ତି, କ୍ୟାନ୍ସର, ହୃଦରୋଗୀ, ବୟସ୍କ, ବହୁବିଧ ରୋଗାକ୍ରାନ୍ତଙ୍କୁ ଅନୁମତି ମିଳିବନି। କେବଳ ସେତିକି ନୁହେଁ ଯଦି ବିଭିନ୍ନ ସଂସ୍ଥାରେ ଥିବା କର୍ମଚାରୀ କରୋନାରେ ଆକ୍ରାନ୍ତ ହୁଅନ୍ତି, ତେବେ ନିଜ କର୍ମଚାରୀଙ୍କ ପାଇଁ ସଂସ୍ଥା କରିପାରିବେ କୋଭିଡ଼ କେୟାର ହୋମ୍। ୧୦ରୁ ୨୦ ଜଣ ରୋଗୀଙ୍କ ପାଇଁ କୋଭିଡ଼ କେୟାର ହୋମ୍ କରିପାରିବେ।
ସେ ଆହୁରି କହିଛନ୍ତି ଯେ, ୮୦ ପ୍ରତିଶତ ରୋଗୀ ଲକ୍ଷଣହୀନ। ଲକ୍ଷଣହୀନ ରୋଗୀଙ୍କୁ କ୍ରିଟିକାଲ କେୟାର ସୁବିଧା ଦେବା ଦରକାର ନାହିଁ। ଗୁରୁତର ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇବାକୁ ଏଭଳି ବ୍ୟବସ୍ଥା ହୋଇଛି। ନିଜ କର୍ମଚାରୀଙ୍କ ସୁବିଧା ଓ ମାନସିକ ସୁସ୍ଥତା ପାଇଁ କରିପାରିବେ ଏହି ହୋମ୍ର ବ୍ୟବସ୍ଥା କରିପାରିବେ। ତେବେ ବଡ଼ ସଂସ୍ଥାମାନଙ୍କୁ କୋଭିଡ଼ କେୟାର ସେଣ୍ଟର ପାଇଁ ଅନୁମତି ମିଳିବ ବୋଲି ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ।