![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୩/୦୭: ମୁମ୍ୱାଇରେ ଫାର୍ମାସ୍ୟୁଟିକାଲ କମ୍ପାନୀ ଗ୍ଲେନମାର୍କ କରୋନା ଔଷଧ ଫାଭିପିରାବିରର ଦାମ କମାଇଛି। ଗୋଟିଏ ଟାବଲେଟର ଦାମ ୧୦୩ ଟଙ୍କା ଥିଲା। ଏବେ ଏହା ୨୮ ଟଙ୍କା କମାଇ ୭୫ ଟଙ୍କା କରିଛି ଔଷଧ କମ୍ପାନୀ। ଏହି ଫାଭିପିରାବିରର ଫାବିଫ୍ଲୁ ବ୍ରାଣ୍ଡରେ ବିକ୍ରି ହେଉଛି। ଜୁନ୍ ୨୧ରେ ଏହି ଔଷଧକୁ କମ୍ପାନୀ ଲଞ୍ଚ କରିଥିଲା।
![](https://i0.wp.com/kalingajyoti.com/wp-content/uploads/2020/07/Fabiflu-Drug-launched-for-moderate-COVID-19-cases.jpg?resize=590%2C395)
ପୂର୍ବରୁ ଫାଭିପିରାବିର ଔଷଧ ତିଆରି ପାଇଁ ଆବଶ୍ୟକ କଞ୍ଚାମାଲ ବାହାରୁ ଆସୁଥିଲା। ଏବେ ଆଗକୁ ଅଧିକ ତିଆରି ହେବ ବୋଲି ଜଣାପଡ଼ିବା ପରେ କମ୍ପାନୀ ଦେଶରେ କିଛି କମ୍ପାନୀ ସହିତ ମିଶି କଞ୍ଚାମାଲ ତିଆରି କରୁଛି। ତେଣୁ ଟାବଲେଟର ଦାମ କମିଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି।
ଯେଉଁମାନେ କରୋନାରେ ସାଧାରଣ ଭାବରେ ଆକ୍ରାନ୍ତ ଥିବେ ସେମାନେ ଏହି ଔଷଧକୁ ବ୍ୟବହାର କରିବେ। ଏହି ଔଷଧର ମାର୍କେଟିଂ ପାଇଁ ଭାରତୀୟ ଔଷଧ ମହାନିୟନ୍ତ୍ରକ (ଡିସିସିଆଇ) ପାଖରୁ ଅନୁମତି ମିଳିବା ପରେ ଗ୍ଲେନମାର୍କ ଏହି ଔଷଧକୁ ବଜାରକୁ ଛାଡ଼ିଛି। କ୍ଲିନିକାଲ ପରୀକ୍ଷାରେ ଫେବିଫ୍ଲୁ ସଫଳ ସଫଳ ହୋଇଛି। ଯେଉଁମାନେ କରୋନାରେ ଅଳ୍ପ ପ୍ରଭାବିତ ହୋଇଥିବେ ସେମାନଙ୍କ ଉପରେ ଏହି ଔଷଧ ସଫଳ ସାବ୍ୟସ୍ତ ହେବ ବୋଲି ସେ କହିଛନ୍ତି।
![](https://kalingajyoti.com/wp-content/uploads/2020/07/158315512326149738.png)
ପ୍ରଥମେ ଯେତେବେଳେ ଫାବିଫ୍ଲୁ ଲଞ୍ଚ ହୋଇଥିଲା ସେତେବେଳେ ଏହାର ଦାମ ୧୦୩ ଟଙ୍କା ଥିଲା। ଅନ୍ୟ ଦେଶରେ ଏହି ଭଳି ଔଷଧର ଦାମ ଋଷିଆରେ ୬୦୦ ଟଙ୍କା, ଜାପାନରେ ୩୭୮ ଟଙ୍କା, ବାଂଲାଦେଶରେ ୩୧୫ ଟଙ୍କା ଏବଂ ଚାଇନାରେ ୨୧୫ ଟଙ୍କା ରହିଛି।