ବିଶ୍ୱର ବଡ଼ ବଡ଼ ନେତା, ଶିଳ୍ପପତି ଯଥା ବାରାକ ଓବାମା, ବେଞ୍ଜାମିନ , ଡାରେନ ବଫ, ବିଲ ଗେଟସଙ୍କ ଆକାଉଂଟ ହ୍ୟାକ : ଟୁଇଟ କରି ବିଟ କଏନ ମାଗିଲେ ହ୍ୟାକର୍ସ
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୬/୦୭: ବିଶ୍ୱର ବଡ ବଜ ହସ୍ତୀଙ୍କ ଟ୍ୱିଟର ଆକାଉଂଟକୁ ହକ କଲେ ହ୍ୟାକର । ରାଜନେତା, ବଡ ବ୍ୟବସାୟୀ, ସେଲିବ୍ରେଟିଙ୍କ ଟ୍ୱିଟର ଆକାଉଂଟ ହ୍ୟାକ ହୋଇଯାଇଛି । ଟ୍ୱିଟର ଆକାଉଂଟ ହ୍ୟାକ କରିବା ପରେ ହ୍ୟାକର ସେହି ଟୁଇଟର ହ୍ୟାଣ୍ଡଲରୁ ଟ୍ୱିଟ୍ ବିଟ କଏନ ମାଗିଛନ୍ତି । ତେବେ କିଛି ସମୟ ପରେ ସେହି ଟୁଇଟ୍ ଡିଲିଟ କରିଦିଆଯାଇଛି । ବୁଧବାର ଯେଉଁ ସେଲିବ୍ରେଟିଙ୍କ ଟ୍ୱିଟର ହ୍ୟାକ କରିଥିଲେ ହ୍ୟାକର ସେମାନଙ୍କ ମଧ୍ୟରେ ରହିଛନ୍ତି, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା, ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ଜୋ ବେଡାନ, ଇଜ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ।
ସେହିପରି ମାଇକ୍ରୋସଫ୍ଟର ସହ ସଂସ୍ଥାପକ ବିଲ ଗେଟସ୍, ଆମାଜନ ସିଇଓ ଜେଫ ବିଜୋସ, ଟେଲସା ସିଇଓ ଇଲାନ ମସ୍କ, ୱାରେନ ବଫେଟ୍, ଆପଲ, ଉବେର ଭଳି କମ୍ପାନୀର ଟ୍ୱିଟର ଆକାଉଂଟ ମଧ୍ୟ ହ୍ୟାକ ହୋଇଛି । ତେବେ କିଏ କାହିଁକି ବିଶ୍ୱର ପ୍ରସିଦ୍ଧ ହସ୍ତୀଙ୍କ ଟୁଇଟର ଆକାଉଂଟକୁ ଟାର୍ଗେଟ କରିଛି, ତାହା ଉଦ୍ଦେଶ୍ୟ କଣ କିଛି ଜଣାପଡି ନାହିଁ । ଅନ୍ୟପଟେ ହ୍ୟାକ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରୁଥିବା କହିଛି ଟୁଇଟର ।ଆମେରିକାର ପୂର୍ବତନ ଉପ-ରାଷ୍ଟ୍ରପତି ଜୋଏ ବିଡେନ୍, ନ୍ୟୁୟର୍କ ସିଟିର ପୂର୍ବତନ ମେୟର ମାଇକ୍ ବ୍ଲୁମ୍ବର୍ଗ, , ସେଲେବ୍ରିଟି Kanye West ଓ ତାଙ୍କ ପତ୍ନୀ କିମ୍ କର୍ଦାଶିଆନ୍ଙ୍କ ସମେତ ଆଉ କିଛି ପ୍ରମୁଖ ବ୍ୟକ୍ତିଙ୍କ ଟ୍ୱିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି।
ଆପଲ୍ ଓ ଉବେରର ଟ୍ୱିଟର ଆକାଉଣ୍ଟ ମଧ୍ୟ ହ୍ୟାକ୍ ହୋଇଛି। ହଜାରେ ଡଲାର ଦେଲେ ୨ ହଜାର ଡଲାର ପାଇବେ ବୋଲି ହ୍ୟାକର୍ସମାନେ ଫେକ୍ ଟ୍ୱିଟ୍ କରି ଏମିତି ଲେଖିଛନ୍ତି।
ଟ୍ୱିଟର ପକ୍ଷରୁ ପୂରା ଘଟଣାର ସବିଶେଷ ଯାଞ୍ଚ କରାଯାଉଛି। ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ସବୁ ତଥ୍ୟ ସୁରକ୍ଷିତ ଥିବା ଟ୍ୱିଟର ପକ୍ଷରୁ ସ୍ପଷ୍ଟ କରାଯାଇଛି। କିନ୍ତୁ ସାମୟିକ ଭାବେ ଏହିସବୁ ପ୍ରମୁଖ ବ୍ୟକ୍ତି ବିଶେଷଙ୍କ ଟ୍ୱିଟର ଆକାଉଣ୍ଟକୁ ବନ୍ଦ କରାଯାଇଥିବା ସୂଚନା ମିଳିଛି।
ତେବେ କିଏ କାହିଁକି ବିଶ୍ୱର ପ୍ରସିଦ୍ଧ ହସ୍ତୀଙ୍କ ଟୁଇଟର ଆକାଉଂଟକୁ ଟାର୍ଗେଟ କରିଛି, ତାହା ଉଦ୍ଦେଶ୍ୟ କଣ କିଛି ଜଣାପଡି ନାହିଁ । ଅନ୍ୟପଟେ ହ୍ୟାକ ଘଟଣା ସଂପର୍କରେ ସଂପୂର୍ଣ୍ଣ ଅବଗତ ଥିବା ସହ ଏହାର ସମାଧାନ ପାଇଁ ଉଦ୍ୟମ କରୁଥିବା କହିଛି ଟୁଇଟର ।