ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି : କରୋନା ମୁକାବିଲା ପାଇଁ ଆସନ୍ତାକାଲି, ଜୁଲାଇ ୧୭ ରାତି ୯ଟାରୁ ୩୧ଜୁଲାଇ ମଧ୍ୟରାତ୍ରି ଯାଏ ୪ ଜିଲ୍ଲାରେ ଲକ୍ଡାଉନ୍
ଭୁବନେଶ୍ୱର,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୧୬/୦୭ : କରୋନା ମୁକାବିଲା ନେଇ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା । ସର୍ବାଧିକ ସଂକ୍ରମିତ ଚିହ୍ନଟ ହେଉଥିବା ୪ ଜିଲ୍ଲାରେ ଲକ୍ଡାଉନ୍ରେ ରହିବ । ଆସନ୍ତାକାଲି ଅର୍ଥାତ ଶୁକ୍ରବାର ରାତି ୯ଟାରୁ ଲାଗୁହେବ ଲକ୍ଡାଉନ୍ । ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ ଲକ୍ଡାଉନ୍ । ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ଓ ରାଉରକେଲା ମହାନଗର ନଗମ ଅଞ୍ଚଳରେ ଲକଡାଉନ୍ ଲାଗୁ ରହିବ । ଏହି ଲକ୍ଡାଉନ୍ ସମୟରେ ଲୋକଙ୍କ ଯାତାୟତ ବନ୍ଦ ରହିବ। କେବଳ ଜରୁରୀକାଳୀନ ସେବାରେ ଥିବା କର୍ମଚାରୀ ଯିବା ଆସିବା କରିବେ । ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏ ନେଇ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଲେ ରାଜ୍ୟ ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ।
ଖୋର୍ଦ୍ଧା, କଟକ, ଗଞ୍ଜାମ, ଯାଜପୁର ସହ ରାଉରକେଲା ମହାନଗର ନଗମ ଅଞ୍ଚଳକୁ ଆସନ୍ତା କାଲି ସନ୍ଧ୍ୟା ୯ ଠାରୁ ୩୧ ଜୁଲାଇ ପର୍ଯ୍ୟନ୍ତ ଲକ୍ଡାଉନ୍ । ଏହି ସମୟରେ ଅତ୍ୟାବଶକୀୟ ଜିନିଷ । ଅତ୍ୟାବଶକୀୟ ସେବା ଯୋଗାଉଥିବା କାର୍ଯ୍ୟାଳୟ ଖୋଲା ରହିବ । ଲକ୍ଡାଉନରେ ସବୁ ଅନୁଷ୍ଠାନ ଓ ଦୋକାନ ବଜାର ସଂପୂର୍ଣ୍ଣ ବନ୍ଦ ରହିବ । କେତେକ ନିର୍ଦିଷ୍ଟ ଅଫିସ୍ ଓ ସେବା ବ୍ୟତୀତ ଅନ୍ୟ ଅଫିସ ସଂପୂର୍ଣ୍ଣ ବନ୍ଦ ରହିବ । ଖୋଲା ରହୁଥିବା ଅଫିସ୍ ଯଥାସମ୍ଭବ କମ୍ କର୍ମଚାରୀରେ ଚାଲିବ । ଅତ୍ୟାବଶ୍ୟକ ସାମଗ୍ରୀ, ଜରୁରୀ ସେବା ଚାଲୁ ରହିବ । ସକାଳ ୬ରୁ ଦିନ ଗୋଟାଏ ଯାଏ ଖୋଲା ରହିବ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, କ୍ଷୀର, ତେଜରାତି ସାମଗ୍ରୀ, ପରିବା, ଆମିଷ ଦୋକାନ ଖୋଲିବ । ହସ୍ପିଟାଲ୍ , ନର୍ସିଂ ହୋମ ଖୋଲା ରହିବ । ସକାଳ ୬ ରୁ ଭେଜିଟେବଲ୍ ଏବଂ ଗ୍ରସରୀ , କ୍ଷୀର ଦୋକାନ ଖୋଲା ରହିବ । ପ୍ରିଣ୍ଟ ଏବଂ ଇଲେକ୍ଟ୍ରୋନିକ ମିଡିଆ ପାସ୍ ନେଇ କାମ କରି ପାରିବେ। ଖୋର୍ଦ୍ଧା, ଗଞ୍ଜାମ,କଟକ, ଯାଜପୁର ସହଏହି ସ୍ଥାନମାନଙ୍କରେ ଆସନ୍ତା କାଲି ସନ୍ଧ୍ୟା ୯ ଠାରୁ ୩୧ ଜୁଲାଇ ମଧ୍ୟରାତ୍ରୀ ପର୍ଯ୍ୟନ୍ତ ଲକ୍ଡାଉନ୍ ରହିବ ।
ତେବେ ଜନସାଧାରଣଙ୍କ ସୁବିଧା ପାଇଁ ସକାଳ ୬ଟାରୁ ଦିନ ୧ଟା ପର୍ଯ୍ୟନ୍ତ ପନିପରିବା ଗ୍ରୋସୋରୀ ଓ କ୍ଷୀର ଦୋକାନ ଖୋଲା ରହିବ। ହୋମ୍ ଡେଲିଭରି ସେବା ଜାରି ରହିବ। ସାମଗ୍ରୀ ପରିବହନ ଉପରେ କୌଣସି କଟକଣା ରହିବ ନାହିଁ।ସମସ୍ତ ଶିଳ୍ପ ପ୍ରତିଷ୍ଠାନ, କାରଖାନା, ନିର୍ମାଣ ଗତିବିଧି, ସର୍ବନିମ୍ନ କର୍ମଚାରୀରେ ଆଇଟି ଅଫିସ ଓ ହୋଟେଲ, ରାଜ୍ୟ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା, ପ୍ରିଣ୍ଟ ଓ ଇଲୋକ୍ଟ୍ରୋନିକ୍ସ ମିଡିଆ, ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଅନୁମତିରେ ବିବାହ ଓ ଅନ୍ତେଷ୍ଟି କାର୍ଯ୍ୟ ପାଇଁ ଲକଡାଉନ୍ ଅବଧିରେ ଅନୁମତି ମିଳିବ। କୃଷି, ଉଦ୍ୟାନକୃଷି, ମତ୍ସ୍ୟଚାଷ, ପଶୁପାଳନ ଆଦି କାର୍ଯ୍ୟ ପାଇଁ ଅନୁମତି ମିଳିବ। ସେହିପରି ବିମାନବନ୍ଦର, ରେଳଷ୍ଟେସନ ଓ ବସଷ୍ଟାଣ୍ଡରୁ ଯାତ୍ରୀଙ୍କୁ ନେବାଆଣିବା ପାଇଁ ସାର୍ବଜନୀନ ପରିବହନ, ଘରୋଇ ଗାଡ଼ି ଓ ଟ୍ୟାକ୍ସକୁ ଅନୁମତି ମିଳିବ। ରାଜପଥରେ ମାଲବାହୀ ଗାଡ଼ି ଯାତାୟତ କରିପାରିବେ। ଓଲା ଓ ଉବେର ଭଳି ଗାଡ଼ି ମଧ୍ୟ ଚଳପ୍ରଚଳ କରିପାରିବେ। ଏସବୁ ବ୍ୟତୀତ ଅନ୍ୟ ସମସ୍ତ ସେବା ପ୍ରଦାନକାରୀ ପ୍ରତିଷ୍ଠାନ ବନ୍ଦ ରହିବ। ଜିଲ୍ଲାପାଳମାନେ ଚାହିଁଲେ ନିଜସ୍ବ କଟକଣା ମଧ୍ୟ ଜାରି କରିପାରିବେ। ଏହି ଲକଡାଉନବେଳେ ସଂକ୍ରମିତ ସଂଖ୍ୟାକୁ ହ୍ରାସ କରିବା ପାଇଁ ସଂକ୍ରମିତଙ୍କ ଚିହ୍ନଟ, ପରୀକ୍ଷା ଓ ଆଇସୋଲେସନ ନିମନ୍ତେ ପଦକ୍ଷେପ ନିଆଯିବ।
ସମସ୍ତେ ଏହି ଲକଡାଉନ୍ ନିୟମକୁ ପାଳନ କରିବେ। ଯଦି କେହି ଏହାକୁ ଉଲ୍ଳଘଂନ କରନ୍ତି ସେମାନଙ୍କ ବିରୁଦ୍ଧରେ ମହାମାରୀ ଆଇନ ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ଥାନୀୟ ପୁଲିସ୍ ଓ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସରକାର ସତର୍କ କରାଇ ଦେଇଛନ୍ତି ।