![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୧୮/୦୭: ଆତ୍ମନିର୍ଭର ଆପ ଇନୋଭେସନ ଚାଲେଞ୍ଜ ପାଇଁ ଆବେଦନ ଉତ୍ସାହଜନକ ହେବାରୁ ସରକାର ଏହାର ଅବଧିକୁ ଜୁଲାଇ ୨୬ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ଯେକୌଣସି ବ୍ୟକ୍ତି https://innovate.mygov.in/app.challenge/ ରେ ଲଗ ଅନ କରିବାକୁ କୁହାଯାଇଛି।
![](https://i0.wp.com/kalingajyoti.com/wp-content/uploads/2020/07/yuj7u8i87io87.png?resize=388%2C217&ssl=1)
ଆତ୍ମନିର୍ଭର ଭାରତ ଇନୋଭେସନ ଚାଲେଞ୍ଜ ଜୁଲାଇ ୪ରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଆରମ୍ଭ କରାଯାଇଥିଲା। ତା’ପରଠାରୁ ବୈଷୟିକ ଉଦ୍ୟୋଗୀ ଏବଂ ଷ୍ଟାର୍ଟ ଅପ ସଂଗଠନ ପକ୍ଷରୁ ଏଦିଗରେ ଉତ୍ସାହ ବୃଦ୍ଧି ପାଇଛି। ଏପର୍ଯ୍ୟନ୍ତ ୨, ୩୫୩ଟି ଆବେଦନ ୮ଟି ଶ୍ରେଣୀରେ ମିଳିଛି। ୧୪୯୬ ବ୍ୟକ୍ତି ବିଶେଷଙ୍କ ଠାରୁ ଆବେଦନ ମିଳିଥିବା ବେଳେ ୮୫୭ଟି ବିଭିନ୍ନ ସଂଗଠନ ଓ କମ୍ପାନୀ ପକ୍ଷରୁ ମିଳିଛି। ଜନସାଧାରଣଙ୍କ ପକ୍ଷରୁ ହୋଇଥିବା ୭୮୮ଟି ଆବେଦନର ଆବେଦନକାରୀମାନେ ବର୍ତ୍ତମାନ ପ୍ରସ୍ତୁତ ଥିବା ବେଳେ ଅବଶିଷ୍ଟ ୭୦୮ ଜଣ ଏହାର ବିକାଶ ପଥରେ ଅଛନ୍ତି। ବିଭିନ୍ନ ସଂଗଠନ ପକ୍ଷରୁ ହୋଇଥିବା ୬୫୩ଟି ଆପ ସକ୍ରିୟ ଥିବାବେଳେ ଅବଶିଷ୍ଟ ୨୨୧ଟି ବିକାଶ ପଥରେ ରହିଛି। ବିଭିନ୍ନ ଶ୍ରେଣୀରେ ଆବେଦନ ହୋଇଥିବା ଆପଗୁଡିକ ହେଲା ୩୮୦ଟି ବ୍ୟବସାୟିକ, ୨୮୬ଟି ସ୍ୱାସ୍ଥ୍ୟ, ୩୩୯ଟି ଇ-ଲର୍ନିଙ୍ଗ, ୪୧୪ଟି ସୋସିଆଲ ନେଟୱାର୍କିଙ୍ଗ, ୧୩୬ଟି କ୍ରୀଡା, ୨୩୮ଟି ଘରୁ ଅଫିସ କାମ ସମ୍ପାଦନ, ୭୫ଟି ସମାଚାର ଓ ୯୬ଟି ମନୋରଞ୍ଜନ ଶ୍ରେଣୀର। ୩୮୯ଟି ଆପ ଅନ୍ୟ କେତେକ ଶ୍ରେଣୀ ଭୁକ୍ତ ହୋଇଛି। ସେଥିରୁ ୧୦୦ଟି ଆପ ପାଇଁ ୧ ଲକ୍ଷରୁ ଅଧିକ ସଂଖ୍ୟାରେ ଡାଉନଲୋଡ ହୋଇଛି। ଦେଶର ଦୂରଦୂରାନ୍ତ ଓ ଗ୍ରାମାଞ୍ଚଳରୁ ମଧ୍ୟ ଏଥିପାଇଁ ଆବେଦନ ହୋଇଛି। ଏହି ଆପ ଇନୋଭେସନ ଚାଲେଞ୍ଜ ଭାରତୀୟ ବୈଷୟିକ କ୍ଷେତ୍ରର ବିକାଶ ପାଇଁ ପର୍ଯ୍ୟାପ୍ତ ସୁଯୋଗ ସୃଷ୍ଟି କରିବାକୁ ଥିବାରୁ ଏଥିପାଇଁ ଲୋକପ୍ରିୟତା ବୃଦ୍ଧି ପାଇଛି।
![](https://kalingajyoti.com/wp-content/uploads/2020/07/fhghhjdgh.jpg)
ଆତ୍ମନିର୍ଭର ଭାରତ ଆପ ଇକୋସିଷ୍ଟମ ଭାରତୀୟ ଅର୍ଥନୀତିକୁ ସୁଦୃଢ କରିବାରେ ସାହାଯ୍ୟ କରିବ। ଇନୋଭେସନ ଚାଲେଞ୍ଜ ଆପ ପାଇଁ ହୋଇଥିବା ଭିଡିଓ କନଫରେନ୍ସରେ ଆବେଦନ କରାଯାଇଥିବା ୨୦୦ଟି ଦରଖାସ୍ତ ମଧ୍ୟରୁ ୧୨ଟି ବିଚାରକୁ ନିଆଯାଇଥିଲା। ତିନୋଟି ମୁଖ୍ୟ କମ୍ପାନୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିବା ବେଳେ ଗୋଟିଏ ଜୟପୁରରୁ, ଗୋଟିଏ ହାଇଦ୍ରାବାଦରୁ ଏବଂ ଅନ୍ୟଟି ଆଲାପୁଜାରୁ କାର୍ଯ୍ୟ କରିବ। ଏମାନଙ୍କୁ ପ୍ରତ୍ୟେକ ୨୦ ଲକ୍ଷ ଲେଖାଏଁ ଟଙ୍କା ବିଭିନ୍ନ ଉନ୍ନୟନ କାର୍ଯ୍ୟ ପାଇଁ ଦିଆଯାଇଛି। ଚତୁର୍ଥ ଓ ପଞ୍ଚମ ସ୍ଥାନରେ ଥିବା ଆପଗୁଡିକ ମଧ୍ୟରୁ ଗୋଟିଏ ହାଇଦ୍ରାବାଦ ଏବଂ ଅନ୍ୟଟି ଚେନ୍ନାଇରୁ କାର୍ଯ୍ୟ କରିବ। ସେମାନଙ୍କୁ ପ୍ରତ୍ୟେକଙ୍କୁ ୧୫ ଲକ୍ଷ ଲେଖାଏଁ ଟଙ୍କା ଉନ୍ନୟନ ବାବଦକୁ ଦିଆଯାଇଛି। ଏହାବ୍ୟତୀତ ଗାଜିଆବାଦର ଆରିୟା ଟେଲିକମ, ଜୟପୁରର ଭିଡିଓ ମିଟ, ଦିଲ୍ଲୀର ଭେକସେତୁ ଓ ଚେନ୍ନାଇର ଜୋହ ବିଚାରକମଣ୍ଡଳୀ ଦ୍ଵାରା ଉତ୍ତମ ଶ୍ରେଣୀ ରୂପେ ବିବେଚିତ ହୋଇଥିଲେ।