ବେଙ୍ଗାଲୁରୁ (କଳିଙ୍ଗ ଜ୍ୟୋତି ବ୍ୟୁରୋ) ୨୫/୬ : ବର୍ଣ୍ଣ ବୈଷମ୍ୟ ମନୋଭାବର ପୃଷ୍ଠପୋଷକତାର ଅଭିଯୋଗ ଫଳରେ, ସୁନ୍ଦର ତ୍ୱଚା ଓ ଉଜ୍ଜଳ ଚେହେରା ପାଇଁ ହିନ୍ଦୁସ୍ଥାନ ୟୁନିଲିଭର ଦ୍ୱାରା ପ୍ରସ୍ତୁତ ଫେୟାର ଆଣ୍ଡ ଲଭଲିରୁ ଏବେ ଫେୟାର୍ ନାମ ହଟାଇବ ବୋଲି କମ୍ପାନୀ କର୍ତ୍ତୃପକ୍ଷ ଗୁରୁବାର ନିଷ୍ପତ୍ତି ନେଇଛି । ଏହି କ୍ରିମରେ ବ୍ୟବହୃତ ହେଉଥିବା ଶବ୍ଦ ଫେୟାର, ହ୍ୱାଇଟ୍ ଏବଂ ଲାଇଟ୍ ଏକ ନିର୍ଦ୍ଦିଷ୍ଟ ବର୍ଣ୍ଣ ଓ ବର୍ଗକୁ ପ୍ରୋତ୍ସାହିତ କରୁଛି ବୋଲି ଅଭିଯୋଗ ଆସିଥିଲା। ଏହାପରେ ବର୍ଣ୍ଣକୁ ନେଇ ବୈଷମ୍ୟ ନହେବା ଉଚିତ୍ ନୁହଁ ବୋଲି ଅନୁଭବ କରିଛନ୍ତି କମ୍ପାନୀ କର୍ତ୍ତୃପକ୍ଷ।
ତେବେ ଆଗାମୀ ଦିନରେ କମ୍ପାନୀ ନୂଆ ନାମ କ’ଣ ଦେବ ସେ ନେଇ ସୂଚନା ଦେଇ ନାହିଁ। ଲୋରିଆଲ୍ ଏବଂ ଜନସନ ଭଳି କମ୍ପାନୀ ମଧ୍ୟ ଏହା ଉପରେ ବିଚାର କରୁଥିବା ସୂଚନା ରହିଛି। ହିନ୍ଦୁସ୍ଥାନ ୟୁନିଲିଭରର ଚେୟାରମ୍ୟାନ୍ ସଞ୍ଜୀଭ ମେହେଟା କହିଛନ୍ତି, ଆମ କମ୍ପାନୀ ଚର୍ମକୁ ସୁରକ୍ଷା ଦେବାକୁ ଯାଇ ବିଭିନ୍ନ ପ୍ରଡକ୍ଟସ ତିଆରି କରୁଛି। ଖାଲି ଫେୟାର ଆଣ୍ଡ ଲଭଲି ନୁହଁ, ଡୋଭ୍ ଏବଂ କ୍ନୋର ମଧ୍ୟ ତିଆରି ହୋଇଛି। ଦକ୍ଷିଣ ଏସିଆରେ ଫେୟାର ଆଣ୍ଡ ଲଭଲି ସବୁଠାରୁ ଅଧିକ ବିକ୍ରି ହେଉଥିବା କ୍ରିମ୍।