ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ପୁଣି ଥରେ ନିଜ ବୟାନରେ ଅଟଳ ଥିବା ଦୋହରାଇଲେ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ : କହିଲେ ଅଭିଯୋଗ ପ୍ରମାଣିତ କରି ନ ପାରିଲେ ଫେରାଇ ଦେବେ ‘ପଦ୍ମଶ୍ରୀ’ ସମ୍ମାନ
ମୁମ୍ବାଇ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୧୮/୦୭ : ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ନେଇ କଙ୍ଗନା ରାଣାଓ୍ବତ ବଲିଉଡର ଅନେକ ବଡ଼ ବଡ଼ ଡାଇରେକ୍ଟର-ପ୍ରଡ୍ୟୁସର ଏବଂ ଅଭିନେତାଙ୍କୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ ବଲିଉଡରେ ନେପୋଟିଜମ ଯୋଗୁଁ ସୁଶାନ୍ତ ସୁଇସାଇଡ ଭଳି ଚରମ ନିଷ୍ପତ୍ତି ନେଇଥିଲେ। ବଲିଉଡରେ ପରିବାରବାଦ ଚାଲିଥିବା ନେଇ ଯଦି ପ୍ରମାଣ ଦେବାରେ ସେ ବିଫଳ ହୁଅନ୍ତି ତେବେ ‘ପଦ୍ମଶ୍ରୀ’ ସମ୍ମାନ ଫେରାଇଦେବେ ବୋଲି ଘୋଷଣା କରିଛନ୍ତି । କଙ୍ଗନା ରାଣାଓ୍ବତଙ୍କର ଏଭଳି ବୟାନ ପୁଣି ସୃଷ୍ଟି କରିଛି ନୂଆ ଚର୍ଚା । ସୁଶାନ୍ତ ସିଂ ରାଜପୁତଙ୍କର ଝୁଲନ୍ତା ମୃତଦେହ ମିଳିବା ପରେ ଏହାକୁ ନେଇ ଗଣମାଧ୍ୟମରେ ଖୋଲାଖୋଲି ମତ ରଖିଥିଲେ କଙ୍ଗନା । ନେପୋଟିଜିମ୍ ବା ପରିବାର ବାଦକୁ ଏଥିପାଇଁ ସେ ସିଧାସଳଖ ଦାୟୀ କରିଥିଲେ । ତେବେ ମୁମ୍ୱାଇ ପୁଲିସ ଏହି ଘଟଣାରେ କଙ୍ଗନା ରାନାୱତଙ୍କ ବୟାନ୍ ରେକର୍ଡ କରିବାକୁ ତାଙ୍କୁ ନୋଟିସ୍ କରିଥିବା ସୂଚନା ମିଳିଛି । ଏଥର ସେ ଦାବି କରିଛନ୍ତି ଯେ ଯଦି ସେ ନିଜ ଅଭିଯୋଗ ସାବ୍ୟସ୍ତ ନ କରିପାରିଲେ ତେବେ ସରକାର ଦ୍ବାରା ଦିଆଯାଇଥିବା ସବୁଠୁ ପ୍ରତିଷ୍ଠିତ ଆଓ୍ବାର୍ଡ଼ ‘ପଦ୍ମଶ୍ରୀ’ ସମ୍ମାନ ଫେରାଇଦେବେ।
ଏକ ଗଣମାଧ୍ୟମ ଚ୍ୟାନେଲ ସହ କଥାବାର୍ତ୍ତା ବେଳେ କଙ୍ଗନା ରଣଓ୍ବତ ଏବିଷୟରେ ଚର୍ଚ୍ଚା କରିଥିଲେ। ସେ କହିଛନ୍ତି-‘ ମୁମ୍ବାଇ ପୋଲିସ୍ ତାଙ୍କୁ ଡକାଇଥିଲା ଏବଂ ସେ ମନାଲିରେ ଥିବା କଥା କହିଥିଲେ। ସେ ତାଙ୍କ ବୟାନ ନେବା ପାଇଁ କାହାକୁ ପଠାଇବାକୁ କହିବାରୁ ତାଙ୍କୁ କୌଣସି ଜବାବ ମିଳିନଥିଲା।’ ଏହା ପରେ ସେ କହିଥିଲେ ଯେ ଯଦି ସେ ସେପରି କିଛି କହି ଦେଇଛନ୍ତି ଯାହାର ବୟାନ ସେ ଦେଇପାରିବେ ନାହିଁ କି ଯାହାକୁ ସେ ସାବ୍ୟସ୍ତ କରି ପାରିବେ ନାହିଁ ଏବଂ ଯାହା ଲୋକଙ୍କ ହିତ ପାଇଁ ନୁହେଁ ତେବେ ସେ ନିଜ ପଦ୍ମଶ୍ରୀ ଫେରାଇ ଦେବେ। ସେ ତେବେ ତାହାର ଅଧିକାରୀ ନୁହଁନ୍ତି।
ସୁଶାନ୍ତଙ୍କ ମୃତ୍ୟୁ ପରେ କଙ୍ଗନା ଭିଡିଓ ସେୟାର କରି କହିଥିଲେ ଯେ ସେ ସୁଇସାଇଡ କରିପାରିବେ ନାହିଁ,ଏହା ଏକ ଯୋଜନାବଦ୍ଧ ହତ୍ୟା। କଙ୍ଗନାଙ୍କ କହିବାର ଅର୍ଥ ଏହା ନଥିଲା ଯେ କେହି ସୁଶାନ୍ତଙ୍କ ହତ୍ୟା କରିଛି ବରଂ କିଛି ବ୍ୟକ୍ତିଙ୍କ ଚାପରେ ଆସି ସୁଶାନ୍ତ ତାଙ୍କ ଜୀବନକୁ ଶେଷ କରିଦେବାକୁ ନିଷ୍ପତ୍ତି ନେଇଥିଲେ। କଙ୍ଗନା ଏହା ମଧ୍ୟ କହିଥିଲେ ଯେ ସୁଶାନ୍ତ ଜଣେ ରାଙ୍କ ହୋଲ୍ଡର ସେ କେବେ ବି ଏଭଳି ମାରାତ୍ମକ ନିଷ୍ପତ୍ତି ନେବେ ନାହିଁ। ନିକଟରେ ମୁମ୍ବାଇ ପୋଲିସ କଙ୍ଗନାଙ୍କୁ ଥାନାକୁ ଡାକିଥିଲା। ମାତ୍ର ସେ ମନାଲିରେ ଥିବା କହିବା ସହ ସାକ୍ଷ୍ୟ ନେବାକୁ ତାଙ୍କ ପାଖକୁ ଆସିବା ପାଇଁ କହିଥିଲେ। ମାତ୍ର ପୋଲିସ ପକ୍ଷରୁ ଏହାର କୌଣସି ଜବାବ ମିଳିଲା ନାହିଁ। ତେଣୁ ସେ ସାକ୍ଷ୍ୟ ଦେଇପାରିଲେ ନାହିଁ। ଯଦି ସେ ଏହାକୁ ପ୍ରମାଣ ନ କରି ପାରନ୍ତି ତେବେ ସେ ପଦ୍ମଶ୍ରୀ ଫେରାଇ ଦେବେ ବୋଲି କହିଛନ୍ତି।