କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୧୮/୦୭: ଭୁବନେଶ୍ବରରେ ଶନିବାର ଆଉ ୮୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ବାରେଣ୍ଟାଇନ୍ କେନ୍ଦ୍ରରୁ ୪୧ଜଣ ଓ ସ୍ଥାନୀୟ ସଂକ୍ରମଣ ୪୬ଜଣ ରହିଛନ୍ତି । ଏ ନେଇ ବିଏମ୍ସି ପକ୍ଷରୁ ଟ୍ବିଟ କରି ସୂଚନା ଦିଆଯାଇଛି ।
ସୂଚନା ଅନୁଯାୟୀ, ଭୁବନେଶ୍ବରରେ ମୋଟ କରୋନା ସଂଖ୍ୟା ୧,୧୩୦କୁ ବୃଦ୍ଧି ହୋଇଛି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୪ ସୁସ୍ଥ ହୋଇଥିବା ବେଳେ ୬୨୪ ଜଣ ଚିକିତ୍ସାଧିନ ଅଛନ୍ତି ଏବଂ ୧୧ ଜଣଙ୍କର ମୃତ୍ୟୁ ଘଟିଛି ।