ରାମ ମନ୍ଦିର ମୂଳଦୁଆ ପାଇଁ ୩୩ କି.ଗ୍ରା.ର ରୂପା ଇଟା ଦାନ କଲେ ଜୁଏଲର୍ସ ଆସୋସିଏସନ୍‌

0 487
greentech

କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୨/୦୭ : ଅଯୋଧ୍ୟାରେ ରାମ ମନ୍ଦିର ନର୍ମାଣ ପାଇଁ ଭୂମିପୂଜା ଅଗଷ୍ଟ ୫ରେ ଆୟୋଜିତ ହେବ। ଏହାକୁ ନେଇ ହିନ୍ଦୁ ସମାଜ ଖୁସି ବ୍ୟକ୍ତ କରିଛି। ଟ୍ରଷ୍ଟର ସଭାପତି ମହନ୍ତ ନୃତ୍ୟଗୋପାଲଦାସ କହିଛନ୍ତି, ମନ୍ଦିର ନିର୍ମାଣ ପାଇଁ ଲୋକଙ୍କଠାରୁ ସହାୟତା ନିଆଯିବ। ଏବେଠାରୁ ନିଜ ମନ ଖୁସିରେ ଲୋକମାନେ ଦାନ କରିବାକୁ ଆରମ୍ଭ କରିଦେଇଛନ୍ତି ବୋଲି ନୃତ୍ୟଗୋପାଲଦାସ କହିଛନ୍ତି।

ଇତିମଧ୍ୟରେ ଇଣ୍ଡିଆନ ବୁଲିୟନ ଜୁଏଲର୍ସ ଆସୋସିଏସନ ରାମ ମନ୍ଦିରର ମୂଳଦୁଆ ପଥର ପାଇଁ ରାମଲାଲାଙ୍କୁ ମଙ୍ଗଳବାର ୩୩ କିଲୋଗ୍ରାମର ରୂପା ଇଟା ଦାନ କରିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ୫ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ଅଯୋଧ୍ୟାରେ ରହି ଭୂମିପୂଜା କରିବା ସହ ମନ୍ଦିରର ଶିଳାନ୍ୟାସ କରିବେ ବୋଲି ସୂଚନା ରହିଛି।

ମୋଦି ଗର୍ଭଗୃହରେ ୪୦ କିଲୋଗ୍ରାମର ରୂପା ଇଟା ସହିତ ମନ୍ଦିରର ମୂଳଦୁଆ ରଖିବେ। ସାଢ଼େ ୩ ଫୁଟ ଗଭୀର ମୂଳଦୁଆରେ ପାଞ୍ଚଟି ରୂପା ଇଟା ରଖାଯିବ। ଯାହା ୫ଟି ନକ୍ଷତ୍ରର ପ୍ରତୀକ। ଏହି ଅବସରରେ ପ୍ରାୟ ୩୦୦ଲୋକଙ୍କୁ ନିମନ୍ତ୍ରଣ ପଠାଯିବ ବୋଲି ସୂଚନା ରହିଛି।

Leave A Reply

Your email address will not be published.

fifteen + two =

error: Content is protected !!
Open chat