![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୨/୦୭ : ରାଜ୍ୟରେ କରୋନା ସବୁ ରୋକର୍ଟ ଭାଙ୍ଗିଛି। ଦିନକରେ ଅର୍ଥାତ୍ ବୁଧବାର ପୁଣି ୧୦୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ରେ ପହଞ୍ଚିଛି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ ଚିହ୍ନଟ ୧୦୭୮ ଆକ୍ରାନ୍ତ ୨୮ ଜିଲାର। ଏମାନଙ୍କ ମଧ୍ୟରୁ ମଧ୍ୟରୁ ୭୨୧ କ୍ୱାରାଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୭୫ ଲୋକାଲ କେସ୍ ରହିଛି।
ନୂଆ ୧୦୭୮ ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲାରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୋଳ ୧, ବାଲେଶ୍ୱର ୧୦, ବରଗଡ଼ ୨୬, ଭଦ୍ରକ ୧, ବଲାଙ୍ଗୀର ୬, ବୌଦ୍ଧ ୩, କଟକ ୫୭, ଢେଙ୍କାନାଳ ୨, ଭଜପତି ୨୪, ଗଗତ୍ସିଂହପୁର ୩୫, ଯାଜପୁର ୨୦, ଝାରସୁଗୁଡ଼ା ୩୪, କଳାହାଣ୍ଡି ୧୫, କନ୍ଧମାଳ ୧୩, କେନ୍ଦ୍ରାପଡ଼ା ୨୪, କେନ୍ଦୁଝର ୧୬, ଖୋର୍ଦ୍ଧା ୧୨୧, କୋରାପୁଟ ୧୫, ମାଲକାନଗିରି ୬୬, ମୟୂରଭଞ୍ଜ ୧୩, ନବରଙ୍ଗପୁର ୧୭, ନୟାଗଡ଼ ୫, ପୁରୀ ୨୮, ରାୟଗଡ଼ା ୯୬, ସମ୍ବଲପୁର ୨୦, ସୋନପୁର ୧୦, ସୁନ୍ଦରଗଡ଼ ୨୯।
ସୂଚନାଯୋଗ୍ୟ, ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୯,୮୩୫ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୬୩୮୭ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ସେହିପରି ୧୩,୨୩୦୯ ଜଣ ସୁସ୍ଥ ହୋଇଛନ୍ତି।
ଓଡ଼ିଶାରେ କରୋନା ଆକ୍ରାନ୍ତରେ ଆଉ ୫ ଜଣଙ୍କ ମୃତ୍ୟୁ ହୋଇଛି। ଗଞ୍ଜାମରୁ ୩ ଜଣ, କନ୍ଧମାଳ ଓ ଗଜପତିରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାସହ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୧୦୮କୁ ବୃଦ୍ଧି ପାଇଛି।