![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ, ନୂଆଦିଲ୍ଲୀ, ୨୬/୦୭ : ଭାରତ ବିରୋଧରେ ଜୈବିକ ଯୁଦ୍ଧ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି ଚୀନ ଏବଂ ପାକିସ୍ତାନ। କେବଳ ଭାରତ ନହେଁ, ଅନେକ ପାଶ୍ଚାତ୍ୟ ଦେଶକୁ ବି ଏହି ଦୁଇଦେଶ ଟାର୍ଗେଟ କରିଛନ୍ତି। ଏଥିପାଇଁ ଚୀନ ଏବଂ ପାକିସ୍ତାନ ମଧ୍ୟରେ ୩ବର୍ଷ ପାଇଁ ଗୁପ୍ତ ଚୁକ୍ତି ହୋଇଥିବା ଏକ ଗୁଇନ୍ଦା ସଂସ୍ଥା ରିପୋର୍ଟ ଦେଇଛି।
![](https://i0.wp.com/kalingajyoti.com/wp-content/uploads/2020/07/download-10-2.jpg?resize=428%2C240&ssl=1)
ଚୀନ ଏବଂ ପାକିସ୍ତାନ ଜୈବିକ ଯୁଦ୍ଧ ପାଇଁ ଅନେକ ପ୍ରକଳ୍ପ ଉପରେ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି କ୍ଲାକ୍ସନ ନାମକ ସଂସ୍ଥା ଏକ ରିପୋର୍ଟ ପ୍ରକାଶ କରିଛି। କରୋନା ଭୂତାଣୁ ମହାମାରୀ ପାଇଁ ଚୀନକୁ ଅଧିକାଂଶ ଦେଶ ଦାୟୀ କରୁଛନ୍ତି। ଭୂତାଣୁ ବିଷୟରେ ଚୀନ ତଥ୍ୟ ଲୁଚାଇଥିବାରୁ ଏହା ସାରା ବିଶ୍ଵ ବିରୋଧରେ ଚୀନର ଜୈବିକ ଯୁଦ୍ଧ ବୋଲି ଅନେକ ରାଷ୍ଟ୍ର ଅଭିଯୋଗ କରୁଛନ୍ତି। ଉହାନ ଇନ୍ଷ୍ଟିଚ୍ୟୁଟ୍ ଅଫ ଭାଇରୋଲୋଜିରୁ କରୋନା ଭୂତାଣୁର ସୃଷ୍ଟି ହୋଇଥିବା କୁହାଯାଉଥିବାବେଳେ ଏବେ ସେହି ଉହାନ୍ ଲାବରେଟୋରିରେ ଭାରତ ବିରୋଧୀ ଜୈବିକ ଅସ୍ତ୍ର ପାଇଁ ନୂଆ ଭୂତାଣୁ ବିକଶିତ କରାଯାଉଛି। ଏଥିଲାଗି ଚୀନ ପାକିସ୍ତାନର ମିଲିଟାରି ଡିଫେନ୍ସ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ଅର୍ଗାନାଇଜେଶନ(ଡିଇଏସଟିଓ) ସହିତ ଗୁପ୍ତ ଚୁକ୍ତି କରିଛି ବୋଲି ଗୁଇନ୍ଦା ରିପୋର୍ଟରେ କୁହାଯାଇଛି।
![](https://kalingajyoti.com/wp-content/uploads/2020/07/virusfakenews-1-1024x614.jpg)
ରିପୋର୍ଟ ଅନୁସାରେ, ଉହାନ୍ ଲାବରେଟୋରିରେ କିଛି ସଂକ୍ରାମକ ରୋଗ ପାଇଁ ଭୂତାଣୁ ବିକଶିତ କରାଯାଉଛି। ଚୀନ ଏହାର ପରୀକ୍ଷଣ ନିଜ ଦେଶର ସୀମା ବାହାରେ କରୁଛି। ଗୁପ୍ତ ପ୍ରକଳ୍ପ ପାଇଁ ଉହାନ ପରୀକ୍ଷାଗାରକୁ ସମସ୍ତ ପ୍ରକାର ବସ୍ତୁ, ଆର୍ଥିକ, ଏବଂ ବୈଜ୍ଞାନିକ ସହାୟତା ଯୋଗାଇ ଦିଆଯାଇଛି। ସମସ୍ତ ଆର୍ଥିକ ସହାୟତା ଚୀନ ବହନ କରୁଛି। ଏହି ପ୍ରକଳ୍ପର ନାମ ‘ଉଦୀୟମାନ ସଂକ୍ରାମକ ରୋଗ ଏବଂ ଭେକ୍ଟର ସଂକ୍ରମଣ ରୋଗର ଜୈବିକ ନିୟନ୍ତ୍ରଣ ଉପରେ ଅଧ୍ୟୟନ ପାଇଁ ସହଯୋଗ’ ରଖାଯାଇଛି। ପାକିସ୍ତାନର ଡିଇଏସଟିଓ ଏକ ଗୁପ୍ତ ଜୈବିକ ଅସ୍ତ୍ର କାର୍ଯ୍ୟକ୍ରମରେ ଆନ୍ଥ୍ରାକ୍ସ ସହିତ ଜଡିତ ବିଭିନ୍ନ ଅନୁସନ୍ଧାନ ପ୍ରକଳ୍ପରେ ନିୟୋଜିତ ହୋଇଛି ବୋଲି ମଧ୍ୟ ଜଣେ ବରିଷ୍ଠ ଗୁଇନ୍ଦା ଅଧିକାରୀ ସୂଚନା ଦେଇଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/download-11-2.jpg?resize=458%2C241&ssl=1)
ସଂକ୍ରାମକ ରୋଗ ଏବଂ ଏହାର ଜୈବିକ ନିୟନ୍ତ୍ରଣ ଉପରେ ଅତ୍ୟାଧୁନିକ ଅଧ୍ୟୟନ ପାଇଁ ଚୁକ୍ତି ସ୍ବାକ୍ଷର ହୋଇଥିବା ଜଣାପଡ଼ିଛି। ଗୁଇନ୍ଦା ରିପୋର୍ଟ ଅନୁଯାୟୀ ଅନ୍ତର୍ଜାତୀୟ ସମୁଦାୟ ପକ୍ଷରୁ ହେଉଥିବା ସମାଲୋଚନାରୁ ବର୍ତ୍ତିବାପାଇଁ ଚୀନ୍ ଏବେ ଏହାର ସୀମା ବାହାରେ ଗୁପ୍ତ ପ୍ରକଳ୍ପ କାର୍ଯ୍ୟକାରୀ କରୁଛି। ତେବେ ଚୀନ୍ ଏବଂ ପାକିସ୍ତାନର ମିଳିତ ଉଦ୍ୟମରେ ଯେଉଁ ପ୍ରକଳ୍ପ ଆରମ୍ଭ ହୋଇଛି ତାକୁ ସମସ୍ତ ସମର୍ଥନ ପ୍ରଦାନ କରୁଛି ଉହାନ୍ ଲ୍ୟାବ୍। ଗୁପ୍ତ ଜୈବ ଯୁଦ୍ଧାସ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଡେଷ୍ଟୋ ଏହି ଗବେଷଣା ପ୍ରକଳ୍ପରେ ଅନ୍ତର୍ଭୁକ୍ତ। ଚୀନ୍ ଏହି ପ୍ରକଳ୍ପ ମାଧ୍ୟମରେ ପାକିସ୍ତାନକୁ ଭାରତ ବିରୋଧରେ ମତାଇବାପାଇଁ ପ୍ରୟାସ ଆରମ୍ଭ କରିଛି ବୋଲି ପ୍ରମୁଖ ପାଶ୍ଚାତ୍ୟ ଗୁଇନ୍ଦା ସଂସ୍ଥା ପକ୍ଷରୁ ଜଣାପଡ଼ିଛି। ଚୀନ୍ ନିଜ ଅଂଚଳ ଏବଂ ନିଜ ଲୋକଙ୍କୁ ବିପଦରେ ନ ପକାଇବାକୁ ବିଦେଶ ମାଟିରେ ଏଭଳି ବିପଜ୍ଜନକ ଗବେଷଣା କରୁଛି ଏବଂ ପାକିସ୍ତାନକୁ ଏଥିପାଇଁ ବ୍ୟବହାର କରିଛି । ବିପଜ୍ଜନକ ଜୈବ ରସାୟନ ଗବେଷଣା ପାଇଁ ଚୀନ୍ ପାକିସ୍ତାନକୁ ବ୍ୟବହାର କରିବା ଏବେ ବିଶେଷଜ୍ଞମାନଙ୍କ ଚିନ୍ତା ବଢ଼ାଇଛି। ରିପୋର୍ଟ ଅନୁଯାୟୀ ପାକିସ୍ତାନ ଏବଂ ଚୀନ୍ ପ୍ରକଳ୍ପ ସିସିଏଚ୍ଏଫ୍ଭି ଭାଇରସ୍ ଉପରେ ଗବେଷଣା ଆରମ୍ଭ କରିଦେଇଛି