ଚାନ୍ଦବାଲି ବ୍ଲକ ‘ମତୋ – ଚୌଧୁରୀଘାଟ’ ରାସ୍ତା ସମ୍ପ୍ରସାରଣ ପାଇଁ ନଳଗୋହିରା ବଜାର ଉଚ୍ଛେଦ : ୪୦ରୁ ଉର୍ଦ୍ଧ୍ବ ଉଠା ବ୍ୟବସାୟୀ ହନ୍ତସନ୍ତ – ଥଇଥାନ ଦାବୀ

0 320
greentech

ଭଦ୍ରକ,(କଳିଙ୍ଗ ଜ୍ୟୋତି ବ୍ୟୁରୋ),୨୫/୦୭ : ବହୁପ୍ରତୀକ୍ଷିତ ତଥା ବହୁମୁଖୀ, ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ‘ମତୋ -ଚୌଧୁରୀଘାଟ ରାସ୍ତା ସମ୍ପ୍ରସାରଣ ପାଇଁ ପ୍ରଶାସନ ପକ୍ଷରୁ ଜମି ଅଧିଗ୍ରହଣ ଓ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଛି । ଏହି ବହୁପ୍ରତୀକ୍ଷିତ ରାସ୍ତା ଦ୍ବାରା ଏହି ଅଞ୍ଚଳ ସହ ଧାମରା ବନ୍ଦର ଅଞ୍ଚଳର ଯୋଗାଯୋଗ ତଥା ଗମନାଗମନରେ ଉନ୍ନତି ହେବ । ଏହି କ୍ରମରେ ପ୍ରଶାସନ ପକ୍ଷରୁ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନଳଗୋହିରା ବଜ଼ାରରେ ୪୦ରୁ ଉର୍ଦ୍ଧ୍ବ ଦୋକାନକୁ ଉଛେଦ କରାଯାଇଛି ।

ନଳଗୋହିରା ବଜ଼ାର ରାସ୍ତାର ଉଭୟ ପାର୍ଶ୍ଵରେ ଦୀର୍ଘ ବର୍ଷ ହେବ ପାଖାପାଖି ୪୦ରୁ ଉର୍ଦ୍ଧ୍ବ ଉଠା ଦୋକାନୀ ବ୍ୟବସାୟ କରି ଚଳିଆସୁଥିଲେ। ମାତ୍ର ମତୋ ବଜ଼ାରରୁ ଚୌଧୁରୀଘାଟ ପର୍ଯ୍ୟନ୍ତ ରାସ୍ତା ସମ୍ପ୍ରସାରଣ କାର୍ଯ୍ୟ ପାଇଁ ପ୍ରଶାସନ ଉକ୍ତ ଦୋକାନକୁ ଉଛେଦ କରିଛି। ଦୀର୍ଘ ବର୍ଷ ହେବ ରାସ୍ତାକୁ ମାଡି ଏହି ଦୋକାନୀମାନେ ବ୍ୟବସାୟ କରି ଅସୁଥିଲେ। ତେବେ ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶରେ ଚାନ୍ଦବାଲି ତହସିଲଦାର, ଚାନ୍ଦବାଲି ପୋଲିସ ଉପସ୍ଥିତିରେ ଉକ୍ତ ଦୋକାନ ଗୁଡ଼ିକ ଭଙ୍ଗା ଯାଇଥିଲା । ତେବେ ବର୍ତ୍ତମାନ ସମୟରେ କରୋନା ମହାମାରୀ ପାଇଁ ଗରିବ ଖଟିଖିଆ ଲୋକମାନେ ବହୁ ହଇରାଣ ହେଉଛନ୍ତି । ତେଣୁ କ୍ଷତିଗ୍ରସ୍ତ ବ୍ୟବସାୟୀମାନେ ସେମାନଙ୍କ ଦୋକାନ ଭାଙ୍ଗିଥିବାରୁ ପ୍ରଶାସନ ନିକଟରେ ସେମାନଙ୍କ ଥଇଥାନ ଦାବି କରିଛନ୍ତି ।

Leave A Reply

Your email address will not be published.

twenty − one =

error: Content is protected !!
Open chat