![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ଘରେ ବସି ଲୋକଙ୍କୁ ଗ୍ରୋସରୀ, ପନିପରିବା ସହ ଅତ୍ୟାବଶ୍ୟକ ଜିନିଷ ଯୋଗାଇବ ଜିଓମାର୍ଟ ଆପ। ଆଜ୍ଞା ହଁ, ଗୁଗଲ୍ ପ୍ଲେ ଷ୍ଟୋର ଏବଂ ଆଇଓଏସ୍ ଆପ୍ ଷ୍ଟୋରରେ ବର୍ତ୍ତମାନ ଉପଲବ୍ଧ ଜିଓମାର୍ଟ ଆପ୍। ଏହି ଆପଟିକୁ ବର୍ତ୍ତମାନ ୧୦ ଲକ୍ଷରୁ ଅଧିକ ଥର ଡାଉନଲୋଡ କରାଯାଇସାରିଛି। ଫଳରେ ସପିଙ୍ଗ ବର୍ଗରେ ଆପଲ୍ ଆପ୍ ଷ୍ଟୋର୍ରେ ଦ୍ୱିତୀୟ ସ୍ଥାନରେ ଏବଂ ଗୁଗୁଲ୍ ପ୍ଲେ ଷ୍ଟୋର୍ରେ ତୃତୀୟ ସ୍ଥାନ ଅଧିକାର କରିଛି ।
![](https://i0.wp.com/kalingajyoti.com/wp-content/uploads/2020/07/download-8-3.jpg?resize=428%2C240&ssl=1)
ରିଲାଏନ୍ସ ରିଟେଲର ଅନଲାଇନ୍ ଗ୍ରୋସରୀ ପ୍ଲାଟଫର୍ମ ଜିଓମାର୍ଟ ଆପ ଜରିଆରେ ଆପଣ ମୋବାଇଲରେ କରିପାରିବେ ଅନଲାଇନ ସପିଂ। ଜିଓମାର୍ଟରେ ବିଭିନ୍ନ ସାମଗ୍ରୀ ଓ ସୁବିଧାରେ ନିରନ୍ତର ବୃଦ୍ଧି ଘଟୁଥିବା ବେଳେ ଗ୍ରୋସରୀ, ପନିପରିବା ଓ ଅତ୍ୟାବଶ୍ୟକ ସାମଗ୍ରୀ ସାଙ୍ଗକୁ ଗୃହ ଉପକରଣ, ପୂଜାସାମଗ୍ରୀ, ରୋଷେଇ ସାମଗ୍ରୀ ଓ ଉପକରଣ, ଶିଶୁ ଯତ୍ନ ସାମଗ୍ରୀ, ପ୍ରସାଧନ ସାମଗ୍ରୀ ଇତ୍ୟାଦି ଉପଲବ୍ଧ ହେଉଛି ଯାହା ଗ୍ରାହକମାନେ ଘରେ ବସି ଅର୍ଡର କରି ଆରାମରେ ପାଇପାରିବେ।
![](https://kalingajyoti.com/wp-content/uploads/2020/07/jiomART-APP-1.png)
ଓଡ଼ିଶାର ଭୁବନେଶ୍ୱର, କଟକ, ସମ୍ବଲପୁର, ବାଲେଶ୍ୱର, ଭଦ୍ରକ, ବଲାଙ୍ଗୀର, ରାୟଗଡା, ଖୋର୍ଦ୍ଧା, ଯାଜପୁର, ସେମିଳିଗୁଡା ଓ ଢେଙ୍କାନାଳ ସହରରେ ଆରମ୍ଭ ହୋଇଛି ଏହି ଜିଓମାର୍ଟ ବିଟା ସେବା। ଏହା ସହ ଅନଲାଇନ ବ୍ୟାଙ୍କିଂ, କ୍ରେଡିଟ୍ ଓ ଡେବିଟ୍ କାର୍ଡ ସହ କ୍ୟାସ ଅନ୍ ଡେଲିଭରି ଆଦିର ବ୍ୟବସ୍ଥା ମଧ୍ୟ ରହିଛି।
ତେବେ ଆଗକୁ ଏହି ଜିଓମାର୍ଟର ବିଭିନ୍ନ କ୍ଷେତ୍ରରେ ବିସ୍ତାର ପାଇଁ ଲକ୍ଷ୍ୟ ରଖାଯାଇଛି। ଭବିଷ୍ୟତରେ ଜିଆମାର୍ଟ ଜରିଆରେ ଇଲେକ୍ଟ୍ରୋନିକ୍ସ, ଫ୍ୟାସନ, ଫାର୍ମାସ୍ୟୁଟିକାଲ ଏବଂ ସ୍ୱାସ୍ଥ୍ୟ ସେବା ଆଦିର ବିଭିନ୍ନ ସାମଗ୍ରୀ ଯୋଗାଇଦେବାକୁ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକରେ ଏହାର ଅଧ୍ୟକ୍ଷ ମୁକେଶ ଅମ୍ବାନୀ ଘୋଷଣା କରିଥିବାର ସୂଚନା ମିଳିଛି।