ସୁନ୍ଦରଗଡ଼ ,ରାଜଗାଙ୍ଗପୁର (ସୌମ୍ୟଜୀତ ସ୍ୱାଇଁ)
ଗତ ୧୬ ତାରିଖ ମଙ୍ଗଳବାର ଦିନ ଲଦାକ ସୀମା ଗଲୱାନା ଅଶାନ୍ତ ହୋଇ ଉଠିଥିଲା।ଚୀନ ଓ ଭାରତ ର ଯବାନ ମଧ୍ୟରେ ସଂଘର୍ଷ ଲାଗିଥିଲା।ଏହାର କଡା ଜବାବ ରଖିଥିଲା ଭାରତୀୟ ସେନା ଏହି ସଂଘର୍ଷ ରେ ୨୦ ଜଣ ଭାରତୀୟ ଯବାନ ସହିଦ ହୋଇଯାଇଥିଲେ।ଏହି ଖବର ଜାଣିବା ପରେ ସମଗ୍ର ଦେଶରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା।ଏହି ୨୦ ଜଣ ଙ୍କ ଯବାନ ଙ୍କ ମଧ୍ୟରେ ୨ ଜଣ ଓଡ଼ିଶାର ରାଇରଙ୍ଗପୁର ନନ୍ଦୁରାମ ସୋରେନ ଓ କନ୍ଧମାଳ ଜିଲ୍ଲାର ରାଇକିଆ ର ଚନ୍ଦ୍ରକାନ୍ତ ପ୍ରଧାନ ଅଛନ୍ତି ଏହି ଖବର ଶୁଣିବା ପରେ ସହିଦ ଙ୍କ ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି।ଆଜି ସହିଦ କଂ ମର ଶରୀର ଭୁବନେଶ୍ୱର ଆସି ପହଞ୍ଚିଲା ପରେ ରାଜ୍ୟ ପାଳ ଓ ମୁଖ୍ୟମନ୍ତ୍ରୀ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।ଆଜି ରାଜଗାଙ୍ଗପୁର ରେ ଲିପଲୋଇ ସ୍ଥିତ ଜୟ ଜଗନ୍ନାଥ କ୍ଲବ ତରଫରୁ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ସ୍ମୃତି ରେ ଏକ କ୍ୟାଣ୍ଡେଲ ଶୋଭାଯାତ୍ରା କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଏଥିରେ ‘ଜୟ ଜଗନ୍ନାଥ’ ସଂଘର ସଦସ୍ୟ ଯଥା ବିଶ୍ୱପ୍ରକାଶ ବେହେରା,ଅଜିତ ବେହେରା,ସିଦ୍ଧାର୍ଥ ମଲ୍ଲିକ,ସ୍ୱାଗତ ଚକ୍ର,ରଶ୍ମି ରଞ୍ଜନ ନାୟକ,ରାଜେଶ ମହାପାତ୍ର,ବିଭୁତି ଭୂଷଣ ଦାସ,ଅଖିଲେଶ ଦାସ,ଅଶୋକ ଆଚାର୍ଯ୍ୟ, ସୁଧାଂଶୁ ମହାନ୍ତି, ସମାଜ ସେବୀ ରାଜୁ ମହାନ୍ତି,ଅଶୋକ ଦାସ,ରାଜଗାଙ୍ଗପୁର ବିଜେଡି ର ଟାଉନ ସଭାପତି ରାଜେନ୍ଦ୍ର ବେହେରା,ରାଜେନ୍ଦ୍ର ଲେଙ୍କା, ସୁରେନ ଏକ୍କା, ରାଜଗାଙ୍ଗପୁରର ଆଡିସନାଲ ଥାନା ଅଧିକାରୀ ହେମାଙ୍ଗିନୀ ଗାରଡ଼ିଆ, ସବ ଇନ୍ସସ୍ପେକ୍ଟର ମିଲି ସାହୁ ଆଦି ଯୋଗଦାନ କରି ଶୋଭାଯାତ୍ରାକୁ ସାଫଲ୍ୟ କରିଥିଲେ।