![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ଭୁବନେଶ୍ୱର ୨୬/୦୭: ରାଜଧାନୀରେ ଥିବା ବିଭିନ୍ନ ଧର୍ମାନୁଷ୍ଠାନ ସହଯୋଗରେ ବିଏମ୍ସି ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତୁତ କରିବାକୁ ଯୋଜନା କରିଛି। ଗୁରୁଦ୍ବାରା, ଖ୍ରୀଷ୍ଟିଆନ ଆସୋସିଏସନ, ମୁସଲିମ୍ ଆସୋସିଏସନ୍ ଇତ୍ୟାଦି ଏନେଇ ବିଏମ୍ସିକୁ ସହଯୋଗର ହାତ ବଢ଼ାଇଥିବା ବିଏମ୍ସି କମିସନର କହିଛନ୍ତି।
![](https://i0.wp.com/kalingajyoti.com/wp-content/uploads/2020/07/covid-hospital-1.jpg?resize=446%2C251&ssl=1)
ଏହାବାଦ୍ ଆଦିତ୍ୟ ଅଶ୍ବିନୀ ହସ୍ପିଟାଲରେ ୧୫୦ଶଯ୍ୟା, ୩୧ ଆଇସିୟୁ ବିଶିଷ୍ଟ କୋଭିଡ୍ ହସ୍ପିଟାଲ, ଡୁମଡୁମା ୟୁସିଏଚ୍ସିରେ ବିଏମ୍ସି ପକ୍ଷରୁ ୬୦ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ସେଣ୍ଟର, ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ସହଯୋଗରେ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍, ତିନି ବିଧାୟକଙ୍କ ଅନୁଦାନରେ ୫୦ଶଯ୍ୟା ଲେଖାଏ କୋଭିଡ୍ କେୟାର ହୋମ୍, ତିନିଟି ଆବାସିକ ସଂଘ ପକ୍ଷରୁ ୭୫ଶଯ୍ୟା ବିଶିଷ୍ଟ କୋଭିଡ୍ କେୟାର ହୋମ୍ ହେବ। ଏଥିରେ ବିପୁଲ ଗାର୍ଡେନ୍, ବିଏମ୍ସି ଭବାନୀ ଏନକ୍ଲେଭ୍ ଏବଂ ଉତ୍କଳ ରୟାଲ ରେସିଡେନ୍ସି ୨୫ଟି ଲେଖାଏ ସିସିଏଚ୍ ପ୍ରତିଷ୍ଠା କରିବାକୁ ପ୍ରସ୍ତାବ ଦେଇଛନ୍ତି।