![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
ନୂଆଦିଲ୍ଲୀ, (କଳିଙ୍ଗ ଜ୍ୟୋତି ବ୍ୟୁରୋ), ୨୬/୦୭ : ଭାରତୀୟ ଉପମହାଦେଶରେ କେବଳ ISIS ନୁହେଁ, ଅଲ୍କାଏଦାର ଏକ ଟିମ୍ ଭାରତରେ ବି ସକ୍ରିୟ ଥିବା ଚେତାଇ ଦେଇଛି ଜାତିସଂଘ। ଯେଉଁଥିରେ ଭାରତ, ପାକିସ୍ତାନ, ବାଂଲାଦେଶ ଏବଂ ମିଆଁମାରରୁ ୧୫୦ ରୁ ୨୦୦ ଆତଙ୍କବାଦୀ ଅଛନ୍ତି। କେରଳ ଓ କର୍ଣ୍ଣାଟକରେ ଲୁଚି ରହିଛନ୍ତି ବହୁ ସଂଖ୍ୟକ ISIS ଆତଙ୍କବାଦୀ। ଏନେଇ ଭାରତକୁ ସତର୍କ କରାଇଲା ଜାତିସଂଘ ଏବଂ ଏମାନେ ଆକ୍ରମଣ ଯୋଜନା କରୁଥିବା ଜାତିସଂଘ କହିଛି।
ଭାରତୀୟ ଉପମହାଦେଶୀୟ ଅଲ-କାଏଦା(AQIS)ର ଏହି ଦଳ ତାଲିବାନ ଅମ୍ବ୍ରେଲା ନେତୃତ୍ୱରେ ଅଫଗାନିସ୍ତାନର ନିମ୍ରୁଜ୍, ହେଲ୍ମଣ୍ଡ ଏବଂ କାନ୍ଦହାରରୁ ପରିଚାଳିତ ହେଉଛି। ଆନାଲିଟିକ ସପୋର୍ଟ ଆଣ୍ଡ ସାଙ୍କସନ୍ସ ମନିଟରିଂ ଟିମ୍ର ୨୬ ତମ ରିପୋର୍ଟରେ ଏଭଳି ତଥ୍ୟ ପ୍ରକାଶ ପାଇଛି। ଏହି ଟିମ୍ ISIS ସହିତ, ଅଲ-କାଏଦା ଏବଂ ଆତଙ୍କବାଦୀ ସଂପୃକ୍ତ ବ୍ୟକ୍ତି ଏବଂ ସମ୍ପୃକ୍ତ ସଂସ୍ଥା କିମ୍ବା ରାଜ୍ୟଗୁଡ଼ିକର ସୂଚନା ପ୍ରଦାନ କରିଥାଏ।
ରିପୋର୍ଟ ଅନୁସାରେ, ଓସାମା ମେହମୁଦ ନେତୃତ୍ୱରେ AQIS ଟିମ୍ ପରିଚାଳିତ ହେଉଛି। ଟିମ୍ର ପୂର୍ବ ନେତା ଆସିମ ଉମର AQIS ସେନା କାର୍ଯ୍ୟାନୁଷ୍ଠାନରେ ନିହତ ହେବା ପରେ ଏହାର ପ୍ରତିଶୋଧ ନେବା ପାଇଁ ମେହମୁଦ ଯୋଜନା କରୁଥିବା ରିପୋର୍ଟରେ ଉଲ୍ଲେଖ ରହିଛି। ଏହି ଯୋଜନାରେ ବାଂଲାଦେଶ, ପାକିସ୍ତାନ, ମ୍ୟାନ୍ମାର ଓ ଭାରତରୁ ପ୍ରାୟ ୨୦୦ରୁ ୧୫୦ ଆତଙ୍କବାଦୀ ଟିମ୍ ସକ୍ରିୟ ରହିଛନ୍ତି। ତାସହିତ ISIL (Islamic State of Iraq and the Levant) ସଂଗଠନର ସଦସ୍ୟ ମଧ୍ୟ ଅଛନ୍ତି। ଏହି ଆତଙ୍କବାଦୀ ସଂଗଠନର ଅନେକ ଆତଙ୍କବାଦୀ କେରଳ ଓ କର୍ଣ୍ଣାଟକରେ ରହି ସଂଗଠନକୁ ପରିଚାଳନା କରୁଛନ୍ତି ବୋଲି ଜାତି ସଂଘ ରିପୋର୍ଟରେ ଦର୍ଶାଇଛି।