![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୭/୦୭:ମହାମାରୀ କରୋନା ରବିବାର ସବୁ ପୁରୁଣା ରେକର୍ଡକୁ ଭାଙ୍ଗି ଦେଇଛି। ୨୪ ଘଣ୍ଟାରେ ପ୍ରାୟ ୫୦ ହଜାର ଲୋକ ଏହି ପ୍ରାଣଘାତୀ ଭାଇରସରେ ସଂକ୍ରମିତ ହୋଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୪ ଲକ୍ଷ ପାର କରିଯାଇଛି। ସେହିପରି ଦିନକରେ ୭୦୮ ଜଣ ପ୍ରାଣ ହରାଇଥିବାରୁ ମୃତ୍ୟୁସଂଖ୍ୟା ୩୩ ହଜାର ନିକଟରେ ପହଞ୍ଚି ଯାଇଛି। ଦିନକୁ ଦିନ ସଂକ୍ରମଣ ବଢ଼ୁଥିବାରୁ ସରକାରଙ୍କ ଚିନ୍ତା ବଢ଼ିବାରେ ଲାଗିଛି। ଲୋକଙ୍କ ମଧ୍ୟରେ ବି ଭୟର ବାତାବରଣ ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟାରେ ୭୦୮ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି। ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪, ୩୫, ୪୫୩ କୁ ବୃଦ୍ଧି ପାଇଛି ଏବଂ ୪, ୮୫, ୧୧୪ ଜଣ ସକ୍ରୀୟ ଆକ୍ରାନ୍ତ ଥିବା ବେଳେ ୯, ୧୭, ୫୬୮ ଜଣ ଆରୋଗ୍ୟ ହୋଇ ସାରିଲେଣି ଏବଂ ଦେଶରେ ମୋଟ ମୃତକଙ୍କ ସଂଖ୍ୟା ୩୨, ୭୭୧ କୁ ବୃଦ୍ଧି ପାଇଛି।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଯାଏ ଦେଶରେ ମୋଟ ୯,୧୭,୫୬୮ ଜଣ କରୋନାରୁ ଆରୋଗ୍ୟ ଲାଭ କରି ଘରକୁ ଫେରିଛନ୍ତି ଓ ୪,୮୫,୧୧୪ ଆକ୍ଟିଭ କେସ ରହିଛି।
ମହାରାଷ୍ଟ୍ରରେ ଆକ୍ରାନ୍ତ ହୋଇଥିବା ୩,୭୫,୭୯୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୩,୬୫୬ ଜଣ ପ୍ରାଣ ହରାଇଛନ୍ତି। ଏଠାରେ ୨,୧୩, ୨୩୮ ଜଣ ସୁସ୍ଥ ହୋଇଛନ୍ତି। ତାମିଲନାଡୁରେ ବି ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଏଯାଏ ରାଜ୍ୟରେ ସଂକ୍ରମିତ ହୋଇଥିବା ୨,୧୩,୭୨୩ ଜଣଙ୍କ ମଧ୍ୟରୁ ୩୪୯୪ ଜଣଙ୍କ ମୃତ୍ୟୁ ଘଟିଛି।
ଦିଲ୍ଲୀରେ ଆକ୍ଟିଭ କେସ ସଂଖ୍ୟା ଦ୍ରୁତଗତିରେ ହ୍ରାସ ପାଉଛି। ଦିଲ୍ଲୀରେ ଏବେ ୧୧,୯୦୪ ଆକ୍ଟିଭ କେସ ରହିଛି ଓ ୧,୧୪,୮୭୫ ଜଣ ସୁସ୍ଥ ହୋଇଛନ୍ତି। ଏଠାରେ କରୋନା ଦ୍ୱାରା ମୋଟ ୧,୩୦,୬୦୬ ଜଣ ଆକ୍ରାନ୍ତ ହୋଇଛନ୍ତି ଓ ୩୮୨୭ ଜଣ ପ୍ରାଣ ହରାଇଛନ୍ତି।