![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/download-5-2.jpg?resize=384%2C215)
କଳିଙ୍ଗ ଜ୍ୟୋତି ଭୁବନେଶ୍ୱର,୨୬ ।୬ :: କରୋନା ମହାମାରୀ ପାଇଁ ସାରା ରାଜ୍ୟରେ ଗାଇଡଲାଇନ୍ ଜାରି କରିଛନ୍ତି ସରକାର । ଏହାରି ମଧ୍ୟରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଦୂରତା ଭାଙ୍ଗି ଫାଇନ୍ ଗଣିଛନ୍ତି ବଡ ନେତା । ସେ ଆଉ କହି ନୁହନ୍ତି, ବରଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ମାଷ୍ଟର କ୍ୟାଣ୍ଟିନରେ ବିକ୍ଷୋଭ ବେଳେ ସାମାଜିକ ଦୂରତା ଭଙ୍ଗ କରିବାକୁ ୫୦୦ ଟଙ୍କା ଫାଇନ୍ ଦେଇଛନ୍ତି ନିରଞ୍ଜନ । ନିରଞ୍ଜନଙ୍କ ସମେତ ୭ ଦଳର ନେତା ଫାଇନ୍ ଦେଇଛନ୍ତି ।
ତେବେ ରାଜ୍ୟ କଂଗ୍ରେସରେ ଏବେ ଉତ୍ତେଜନା ସୃଷ୍ଟି ହୋଇଛି । କିଛିଦିନ ତଳେ କଂଗ୍ରେସ ଭବନରେ କଂଗ୍ରେସ ସହିତ ୧୩ଟି ରାଜନୈତିକ ଦଳ ବିକ୍ଷୋଭ କରିଥିଲେ । ଏହା ପୂର୍ବରୁ ବିଜେପି ସାଂସଦ ଅପରାଜିତା ଷଡଙ୍ଗୀ ମଧ୍ୟ ସାମାଜିକ ଦୂରତା ଭଙ୍ଗ କରି ଫାଇନ୍ ଗଣିଥିଲେ ।