![greentech](https://i0.wp.com/kalingajyoti.com/wp-content/uploads/2022/07/greentech2.jpg?w=1170&ssl=1)
![](https://i0.wp.com/kalingajyoti.com/wp-content/uploads/2020/06/download-1-11.jpg?resize=357%2C198)
କଳିଙ୍ଗ ଜ୍ୟୋତି ବ୍ୟୁରୋ ନୂଆଦିଲ୍ଲୀ ୨୬/୦୬ : କୋଭିଡ୍-୧୯ ସୃଷ୍ଟିକାରୀ କରୋନାଭାଇରସ୍ର ଧ୍ୟାନଚ୍ୟୁତ କରି ତାକୁ ମାରିବା ନିମନ୍ତେ ବୈଜ୍ଞାନିକମାନେ ଏକ ପ୍ରକାର ଜୈବ-କଣିକା ବିକଶିତ କରିଥିବା କଥା ‘ନାନୋ ଲେଟର୍ସ’ ନାମକ ଜର୍ଣ୍ଣାଲ୍ରେ ପ୍ରକାଶିତ ହୋଇଛି। ବୈଜ୍ଞାନିକମାନେ ଏକ ଲ୍ୟାବ୍ରଟରି ସେଟିଙ୍ଗ୍ରେ ଏହାକୁ ଆବିଷ୍କାର କରିଛନ୍ତି। ବିପଦମୁକ୍ତ ଏହି କୃତ୍ରିମ ପଲିମର୍ କଣିକାଗୁଡ଼ିକ କରୋନାଭାଇରସ୍କୁ ପ୍ରଲୋଭିତ କରି କାବୁ କରିପାରୁଛନ୍ତି କି, ନାହିଁ ଗବେଷକମାନେ ପରୀକ୍ଷା ଚଳାଇ ଦେଖିଥିଲେ। ଏହି ପଦ୍ଧତି ଫଳପ୍ରଦ ହୋଇଥିବା କଥା ସେମାନେ ଜାଣିପାରିଛନ୍ତି।
ଇଂରାଜୀରେ ଏହି ଉପାୟକୁ ‘ଡିକୟ’ କହନ୍ତି। ‘ଡିକୟ’ ଅର୍ଥ ସମଜାତୀୟ ପଶୁପକ୍ଷୀଙ୍କ ପ୍ରତିକୃତି ଦ୍ବାରା ଜୀବଜନ୍ତୁଙ୍କୁ ପ୍ରଲୋଭିତ କରି ଶିକାର କରିବା। ବିଶେଷକରି, ବତକ ଶିକାର ପାଇଁ ଏହା ବ୍ୟବହାର କରାଯାଏ। ଆମ ରାଜ୍ୟରେ ଯେମିତି ଗୋଟାଏ ‘ଡାହୁକ’ ପକ୍ଷୀକୁ ପିଞ୍ଜରାରେ ପୂରାଇ ଜଳାଶୟରେ ରଖିଦେଲେ ତା’ ରାବ ଶୁଣି ଅନ୍ୟ ଡାହୁକମାନେ ଘେରି ଆସନ୍ତି ଓ ଫାଶ ଟାଣି ଶିକାରୀ ସେମାନଙ୍କୁ ଅକ୍ଳେଶରେ ଧରି ପକାଏ, ଏହା ଠିକ୍ ସେହି ପ୍ରକାର ବ୍ୟବସ୍ଥା।